Odiapua.com

ଅଯୋଧ୍ୟା ମାମଲା : ଜମୀୟତ-ଉଲେମା-ଏ-ହିନ୍ଦ ଆଜି ଦାଖଲ କରିବ ପୁନର୍ବିଚାର ଯାଚିକା

ନୂଆଦିଲ୍ଲୀ ୨-୧୨ (ଓଡ଼ିଆ ପୁଅ) : ଅଯୋଧ୍ୟା ମାମଲାରେ ଜମୀୟତ-ଉଲେମା-ଏ-ହିନ୍ଦ ଆଜି ପୁନର୍ବିଚାର ଯାଚିକା ଦାଖଲ କରିବ। ମିଳିଥିବା ସୂଚନା ମୁତାବକ ସଂଧ୍ୟା ୫ ଟା ବେଳେ ଏହାର ଅଧ୍ୟକ୍ଷ ଅଶରଦ ମଦନୀ ପ୍ରେସ କଫ୍ରେଂସ କରିବେ।

ସୂଚନାଯୋଗ୍ୟଯେ, କିଥିଦିନ ତଳେ ଅଯୋଧ୍ୟା ମାମଲାରେ ଉତ୍ତର ପ୍ରଦେଶ ସୁନ୍ନୀ ବକ୍ଫ ବୋର୍ଡର ହୋଇଥିବା ବୈଠକରେ ବଡ ନିଷ୍ପତି ନିଆଯାଇଥିଲା। ବୋର୍ଡ ସୁପ୍ରୀମ କୋର୍ଟର ନିଷ୍ପତି ଉପରେ ପୁନର୍ବିଚାର ଯାଚିକା ଦାଖଲ ନ କରିବା ପାଇଁ ନିଷ୍ପତି ନେଇଥିଲେ। ବୈଠକରେ ଛଅ ସଦସ୍ୟ ରିଭ୍ୟୁ ପିଟିଶନ ଦାଖଲ ନ କରିବା ପକ୍ଷରେ ଥିଲେ ବୋଲି ଖବରରୁ ପ୍ରକାଶ। ଏକୁଟିଆ ଜଣେ ସଦସ୍ୟ ଅବ୍ଦୁଲ ରଜ୍ଜାକ ଖାନ ପିଟିସନ ଦାଖଲ କରିବା ପକ୍ଷରେ ଥିଲେ।

ଅପର ପକ୍ଷରେ ଅଲ ଇଣ୍ଡିଆ ମୁସଲିମ ପର୍ସନଲ ଲ’ ବୋର୍ଡ ଡିସେମ୍ବର ପ୍ରଥମ ସପ୍ତାହରେ ସୁପ୍ରିମକୋର୍ଟରେ ଅଯୋଧ୍ୟା ରାୟ ଉପରେ ପୁନର୍ବିଚାର ପିଟିଶନ ଦାଖଲ କରିବାର ନିଷ୍ପତ୍ତି ନେଇଛି। ପର୍ସନଲ ଲ’ ବୋର୍ଡ ଟ୍ବିଟ କରି ଏହି ସୂଚନା ଦେଇଥିଲା।