Odiapua.com

ଅଯୋଧ୍ୟା ଠାରେ ଶ୍ରୀରାମମନ୍ଦିର ନିର୍ମାଣ ପାଇଁ ମାଲକନଗିରି ର ବିନୋଦ ଏକଲକ୍ଷ ଏକ ହଜାର ଟଙ୍କା ଦାନକଲେ

ମାଲକାନଗିରି,୧୦ା୨(ଓଡିଆ ପୁଅ )ବହୁଦିନର ପ୍ରତିକ୍ଷା ପରେ ଅଯୋଧ୍ୟା ଠାରେ ଶ୍ରୀରାମମନ୍ଦିର ନିର୍ମାଣ ହେବାକୁ ଯାଉଥିବାରୁ ସମଗ୍ର ଦେଶବାସୀ ଏହାକୁ ସ୍ୱାଗତ କରି ସାରା ଦେଶରେ ନିଧି ସଂଗ୍ରହ କାର୍ଯ୍ୟକ୍ରମ ଜାରି ରହିଛି । ସେଥିରୁ ବାଦ ପଡି ନାହିଁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା । ଅଯୋଧ୍ୟା ଶ୍ରୀ ରାମମନ୍ଦିର ନିର୍ମାଣ ପାଇଁ ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ମାହେସ୍ୱରୀ କଲୋନୀର ସମାଜ ସେବି ବିନୋଦ ଟାଓ୍ୟାରୀ ଏକ ଲକ୍ଷ ଏକ ହଜାର ଟଙ୍କା ନିଧି ସଂଗ୍ର କରୁଥିବା ରାମଭକ୍ତ ମାନଙ୍କୁ ଚେକ ଆକାରରେ ଦାନ ରାଶି ପ୍ରଦାନକରିଛନ୍ତି ।ବିନୋଦ ଜିଲ୍ଲାର ଅନେକ ଅସହାୟ ଗରିବ ଲୋକଙ୍କୁ ବନ୍ୟାବାତ୍ୟ ମରୁଡି ସମୟରେ ଆକୁଠଂରେ ସହାୟତା ଯୋଗଇଦେବା ସହିତ ବିଭିନ୍ନ ଗରିବ ରୋଗୀମାନଙ୍କ ଉଚ୍ଚତର ଚିକିତ୍ସା ନିମନ୍ତେ ଅର୍ଥସହାୟତା କରି ଜିଲ୍ଲାରେ ଚର୍ଚାର ପରିଧିକୁ ଆସିଛନ୍ତି । ସେ କହିଛନ୍ତି ଭଗବାନ ଆମକୁ ଭଲରେ ରଖି ଛନ୍ତି ଆମଦ୍ୱାରା କିଛି ଗରିବ ଲୋକ ଉପକୃତ ହେଲେ ଆମକୁ ବହୁତ ଆନନ୍ଦ ଲାଗିବ, ମାନବ ସେବା ମାଧବ ସେବାକୁ ସେ ଆଦରିନେଇ ଥିବାରୁ ଜିଲ୍ଲା ତଥା ରାଜ୍ୟବାହରୁ ବିଭିନ୍ନ ଅନୁଷ୍ଠାନ ବିନୋଦଙ୍କୁ ଜଣେ ଉତମ ସମାଜ ସେବୀ ଭାବେ ସମ୍ମାନିତ କରିଛନ୍ତି ।