Odiapua.com

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ମା’ ଭଦ୍ରକାଳୀ ପୀଠରୁ ଉଠିଲା ମାଟି ଓ ପାଣି

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲା ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଅଯୋଧ୍ୟାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ବଜରଙ୍ଗ ଦଳ ଜିଲା ସଂଯୋଜକ ବିପିନ ବିହାରୀ ପଣ୍ଡାଙ୍କ ନେତୃତ୍ୱରେ ପବିତ୍ର ସାଳନ୍ଦୀ ନଦୀର ଜଳ ଓ ଶକ୍ତିପୀଠ ମା’ ଭଦ୍ରକାଳୀ ପୀଠରୁ ମାଟି ପ୍ରେରଣା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାନ୍ତ ସଂଯୋଜକ ମାନସ ରଂଜନ ମହାନ୍ତି ଉପସ୍ଥିତ ରହି ଆଜିର କାର୍ଯ୍ୟକ୍ରମର ଐତିହ୍ୟ ବିଷୟରେ ସୂଚନା ଦେଇଥିଲେ । ବିଶ୍ୱ ହିନ୍ଦୁ ପରିଷଦ ସଭାପତି ବିଜୟ କୁମାର ସିହ୍ନା, ଗୋବିନ୍ଦ ଚନ୍ଦ୍ର ରାଉତ, କାହ୍ନୁ ଚରଣ ସିଂ, ସ୍ୱାଧୀନ ସୁନ୍ଦର ଦାସ, ବ୍ରହ୍ମାନନ୍ଦ ସାହୁ, ଚନ୍ଦ୍ରମୋହନ ମହାପାତ୍ର, ସନ୍ତୋଷ ବେହେରା, ବିସ୍ମୟ ସାମଲ, ଦେବାଶିଷ ରାଉତ, ଖିତିସ ରାଉତ, ପୁନୀଲ ସାମନ୍ତ, ମହେଶ୍ୱର ବେହେରା ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିବାବେଳେ କୈଳାସ ଚନ୍ଦ୍ର ଦାସ ଜଳ ତର୍ପଣ କରିଥିଲେ ।