Odiapua.com

ଅମ୍ବାନୀଙ୍କ ବାସଭବନ ବାହାରେ ମିଳିଥିବା ସ୍କୋର୍ପିଓର ମାଲିକ ସାମ ମୁଟେନ – ମାନସୁଖ ହିରେନ ନୁହେଁ ଯାହାଙ୍କର ମୃତ ଶରୀର ମିଳିଛି

ମୁମ୍ବାଇ ୫-୩ (ଓଡ଼ିଆ ପୁଅ) ଅମ୍ବାନୀଙ୍କ ବାସଭବନ ବାହାରେ ମିଳିଥିବା ସ୍କୋର୍ପିଓର କାର ମାଲିକଙ୍କର ସନ୍ଦିଗ୍ଧ ମୃତ୍ୟୁରେ ଏକ ନୂଆ ମୋଡ଼ ଆସିଛି। ପ୍ରକୃତରେ ସ୍କୋର୍ପିଓର ମାଲିକ ହେଲେ ସାମ ମୁଟେନ ଯିଏ କି ମାନସୁଖ ହିରେନଙ୍କୁ ଏହାର ଇଣ୍ଟିରିଅର୍‌ ଡିଜାଇନ୍‌ କରିବା ପାଇଁ ଦେଇଥିଲେ। କିନ୍ତୁ ହିରେନ ମାନସୁଖଙ୍କୁ ସେ ଟଙ୍କା ଦେଇନଥିଲେ। ଏହି କାରଣରୁ ବହୁଦିନ ଦେବ ହିରେନ କାରକୁ ତାଙ୍କ ହେପାଜତରେ ରଖିଥିଲେ। ଏହି ସୂଚନା ଆଜି ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନିଲ ଦେଶମୁଖ ବିଧାନ ସଭାରେ ଦେଇଛନ୍ତି। ତେବେ ଆଜି ହିରେନଙ୍କ ମୃତଦେହ ମିଳିଥିବା ଖବର ମିଳିଛି। ଏହା ଏକ ଆତ୍ମହତ୍ୟା ବୋଲି କୁହାଯାଉଛି।