Odiapua.com

ଅମ୍ଫାନ୍ ପ୍ରଭାବରେ ଉଚ୍ଚ ଜୁଆର ଉଠିବ, ପବନ ବହିବ, ପ୍ରବଳ ବର୍ଷା ହେବ ତଳିଆ ଅଞ୍ଚଳକୁ ବିଶେଷ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର ୨୦-୫ (ଓଡ଼ିଆ ପୁଅ) ସାମୁଦ୍ରିକ ଝଡ଼ ଅମ୍ଫାନର ପ୍ରଭାବ ବର୍ତ୍ତମାନ ଓଡ଼ିଶାରେ ଦେଖାଯିବା ଆରମ୍ଭ କରିଦେଇଛି। ସୁପର୍ ସାଇକ୍ଲୋନ୍ ଆମ୍ଫାନ୍ ଆଜି ସକାଳ ସାଢ଼େ ପାଞ୍ଚଟା ସୁଦ୍ଧା ପାରାଦୀପ ଠାରୁ ପାଖାପାଖି ୧୫୫ କି.ମି ଦୂରରେ ଅଛି। ଏହି ସାମୁଦ୍ରିକ ଝଡ଼ ବର୍ତ୍ତମାନ ପଶିମବଙ୍ଗର ଦିଘାଠାରୁ ୨୮୦ କିଲୋମିଟର ଏବଂ ବାଙ୍ଗଲାଦେଶ ଖେପୁପଡ଼ାଠାରୁ ୪୨୫ କିଲୋମିଟର ଦୂରରେ ଅଛି। ଏହି ବାତ୍ୟାର କେନ୍ଦ୍ର ସ୍ଥଳରେ ପବନର ବେଗ ୧୭୦-୧୮୦ କଲୋମିଟର ପ୍ରତି ଘଣ୍ଟା ରହିଥିବା ବେଳେ ଏହା ୨୦୦ କିଲୋମିଟର ପ୍ରତି ଘଣ୍ଟା ପର୍ଯ୍ୟନ୍ତ ବହୁଛି।

ଏହାଫଳରେ ପାରାଦୀପରେ ୯୬ କିଲୋମିଟର ପ୍ରତି ଘଣ୍ଟା, ଚାନ୍ଦବାଲିରେ ୬୫ କିଲୋମିଟର, ଭୁବନେଶ୍ୱରରେ ୪୧ କିମି, ବାଲେଶ୍ୱରରେ -୪୧ କିମି, ପୁରୀ -୩୯ କିମି ଏବଂ ଗୋପାଳପୁରରେ -୩୦ କିଲୋମିଟର ପ୍ରତି ଘଣ୍ଟାରେ ପବନ ବହୁଛି। ଅମ୍ପାନ ପ୍ରଭାବରେ ପାରାଦୀପରେ ୧୪୪ମିମି, ଚାନ୍ଦବାଲିରେ -୫୬ମିମି, ଭୁବନେଶ୍ୱରରେ ୩୫ମିମି, ବାଲେଶ୍ୱରରେ ୩୯ ମିମିରେ ପୁରୀ ୫୮ମିମି ଏବଂ ଗୋପାଳପୁରରେ ୦୮ ମିମି ବର୍ଷା ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି।

ଉପକୂଳ ଅଞ୍ଚଳର ଲୋକେ ଭୟଭୀତ ହୋଇଛନ୍ତି। ତେବେ ଭୟଭୀତ ନ ହେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହା ସହ ବାତ୍ୟ ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ମଧ୍ୟ ପ୍ରଶାସନ ପ୍ରସ୍ତୁତ ହୋଇ ରହିଛି।

ପ୍ରାୟ ୪-୫ ମିଟରର ଉଚ୍ଚତାର ଜୁଆର ଉଠିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଦକ୍ଷିଣ ଏବଂ ଉତ୍ତର ୨୪ ପ୍ରଗଣାର ତଳିଆ ଅଞ୍ଚଳରେ ଏବଂ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାର ତଳିଆ ଅଞ୍ଚଳରେ ପ୍ରାୟ ୩-୪ ମିଟରରେ ବୁଡ଼ିଯିବାର ସମ୍ଭାବନା ଅଛି।

ଓଡ଼ିଶାରେ ବାତ୍ୟା ଅମ୍ଫାନର ପ୍ରଭାବ ଦେଖାଯିବା ଆରମ୍ଭ କଲାଣି ୨୦ତାରିଖ ଅପରାହ୍ନରେ ପଶ୍ଚିମବଙ୍ଗର ସୁନ୍ଦରବନ ନିକଟରେ ମାଡ଼ ହେବ। ବଙ୍ଗୋପସାଗର ଦେଇ ଏହା ଅତିକ୍ରମ କରିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅଂଚଳ ଅଧିକ ଭାବେ ପ୍ରଭାବିତ ହେବାର ପୂର୍ବାନୁମାନ କରାଯାଇଛି। ତେବେ, ଏହାର ପ୍ରଭାବରେ ଆଜିଠାରୁ ବର୍ଷା, ପବନ ଆରମ୍ଭ ହୋଇଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଛି।

ଉତ୍ତର ଓଡ଼ିଶାର ୩ଟି ଜିଲ୍ଲା ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ ଉପରେ ଅମ୍ଫାନର ବଡ଼ ପ୍ରଭାବ ରହିବ। ସେଥିପାଇଁ ସମସ୍ତ ଜିଲ୍ଲା ପ୍ରଶାସନ ପୂରା ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚଲାଇଛନ୍ତି। ସମ୍ବେଦନଶୀଳ ସ୍ଥାନଗୁଡ଼ିକରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ସମସ୍ତ ସମ୍ବେଦନଶୀଳ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସମୁଦ୍ରକୂଳ ଏବଂ ତଟବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହୋଇଯାଇଛି।

ବିପର୍ଯ୍ୟୟ ମୁକାବିଲା ପାଇଁ ଏନଡିଆରଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗର ଜବାନମାନେ ପ୍ରସ୍ତୁତ ହୋଇରହିଛନ୍ତି। ଘରୁ ନ ବାହାରିବା ପାଇଁ ପ୍ରଶାସନ ପକ୍ଷରୁ ମାଇକରେ ପ୍ରଚାର କରାଯାଇଛି।

ଭଦ୍ରକ ଜିଲ୍ଲାର ବାସୁଦେବପୁର, ଚାନ୍ଦବାଲି ଓ ଧାମରା ଉପରେ ବାତ୍ୟାର ଅଧିକ ପ୍ରଭାବ ରହିବ। ତଳିଆ ଅଞ୍ଚଳରୁ ୧୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୩ଟି ଏନଡିଆରଏଫ୍ ଟିମ୍ ଓ ୨ ଟି ଓଡ୍ରାଫ୍ ଟିମକୁ ଭଦ୍ରକ ପଠାଇଛନ୍ତି।

ମୟୂରଭଞ୍ଜ ଜିଲ୍ଲାର ବେତନଟୀ, ବଡ଼ସାହି, ରାସଗୋବିନ୍ଦପୁର, ଶ୍ୟାମାଖୁଣ୍ଟା, ସାରସକଣା, କପ୍ତିପଦା, ମୋରଡ଼ା ଆଦି ବ୍ଲକ୍‌ରୁ ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି।

ବାତ୍ୟା ଆଶ୍ରୟସ୍ଥଳୀ, ସ୍କୁଲ୍‌ ଘର, ବିଭିନ୍ନ ସରକାରୀ ଘରକୁ ପ୍ରସ୍ତୁତ କରି ରଖାଯାଇଛି। ସ୍ଥାନାନ୍ତର ହୋଇଥିବା ଲୋକମାନଙ୍କୁ ଶୁଖିଲା ଖାଦ୍ୟ ଏବଂ ରନ୍ଧା ଖାଦ୍ୟ ଆଦି ଯୋଗାଇଦେବାକୁ ସଂପୃକ୍ତ ବ୍ଲକ୍‌ର ବିଡିଓ କିମ୍ବା ମୁନିସିପାଲିଟି ଅଧିକାରୀଙ୍କୁ କୁହାଯାଇଛି।

ଅନ୍ୟପକ୍ଷରେ, ରବି ଫସଲ ସମ୍ପୂର୍ଣ୍ଣ ଭାବେ ଅମଳ ହୋଇ ନ ଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି।

ବାତ୍ୟା ଯୋଗୁ ଗଛ ଓ ବିଦ୍ୟୁତ୍ ଖୁଣ୍ଟି ଭାଙ୍ଗିଲେ ତୁରନ୍ତ ସଫା କରିବାକୁ ମଧ୍ୟ ପ୍ରସ୍ତୁତି କରାଯାଇଛି।

ଏହି ଅତିଭୟଙ୍କର ବାତ୍ୟା ବାଂଲାଦେଶ ଉପକୂଳ ଦେଇ ପଶ୍ଚିମବଙ୍ଗ ଦିଘା ଏବଂ ବାଂଲାଦେଶର ହାତିଆ ଦ୍ୱୀପପୁଞ୍ଜ ମଧ୍ୟରେ ସୁନ୍ଦରବନ ନିକଟବର୍ତ୍ତୀ ୨୦ ମଇ ୨୦୨୦ରେ ଲ୍ୟାଣ୍ଡଫଲ୍ କରିବ। ଏହି ସମୟରେ ସର୍ବାଧିକ ସ୍ଥାୟୀ ପବନର ବେଗ ୧୫୫-୧୬୫ କିଲୋମିଟର ହେବା ସହିତ ପବନର ଗତି ୧୮୫ କିଲୋମିଟର ପର୍ଯ୍ୟନ୍ତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

(୧) ଓଡିଶା ପାଇଁ ପ୍ରବଳ ବର୍ଷା ଚେତାବନୀ

ଉପକୂଳ ଓଡିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଭଦ୍ରକ ଜିଲ୍ଲାର ବିଚ୍ଛିନ୍ନ ସ୍ଥାନରେ ପ୍ରବଳରୁ ଅଧିକ ପ୍ରବଳ ବର୍ଷା ହୋଇପାରେ ଏବଂ ଯାଜପୁର, ବାଲେଶ୍ୱର, କଟକ, ମୟୁରଭଞ୍ଜ, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲା ଉପରେ ପୃଥକ ପୃଥକ ବାବେ ପ୍ରବଳ ବର୍ଷା ହୋଇପାରେ। ଉତ୍ତର ଉପକୂଳ ଓଡିଶାର ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜରେ ୨୦ ମଇରେ ଆଜି ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ।

ପଶ୍ଚିମବଙ୍ଗର ଗଙ୍ଗା ଉପତ୍ୟକା ଉପକୂଳବର୍ତ୍ତୀ ଜିଲ୍ଲା ପୂର୍ବ ମେଦିନୀପୁର, ଦକ୍ଷିଣ ଏବଂ ଉତ୍ତର ୨୪ ପ୍ରଗଣାରେ ଆଜି, ୧୯ ମଇ ସନ୍ଧ୍ୟାଠାରୁ ଆରମ୍ଭ ହୋଇଥିବା ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ଅଛି। ବର୍ଷାର ତୀବ୍ରତା ଧୀରେ ଧୀରେ ବୃଦ୍ଧି ପାଇ ୨୦ ମଇରେ ସର୍ବାଧିକ ହେବାର ସମ୍ଭାବନା ଅଛି। ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ କେତେକ ସ୍ଥାନରେ ବର୍ଷା ଏବଂ ଗଙ୍ଗା ପଶ୍ଚିମବଙ୍ଗର ଉପତ୍ୟକା ପୂର୍ବ ଏବଂ ପଶ୍ଚିମ ମେଦିନୀପୁର, ଦକ୍ଷିଣ ଏବଂ ଉତ୍ତର ୨୪ ପରଗାନା, ହାୱଡ଼ା, ହୁଗୁଳି, କୋଲକାତା ଏବଂ ଏହାର ନିକଟବର୍ତ୍ତୀ ଜିଲ୍ଲାରେ ବିଚ୍ଛିନ୍ନ ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ ଏବଂ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।

୨୧ ମଇ, ୨୦୨୦ରେ ହିମାଳୟର ପାଦଦେଶ ପଶ୍ଚିମବଙ୍ଗ ପ୍ରବଳ ବର୍ଷା ହେବ। ସିକ୍କିମ୍ ରେ ମଧ୍ୟ ୨୦ ମଇରେ ମାଲଦା ଏବଂ ଦିନାଜପୁର ଜିଲ୍ଲା ଏବଂ ପାଦଦେଶରେ ଯେପରିକି ସିକିମର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହାବ ସହିତ ଅଧିକାଂଶ ସ୍ଥାନରେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର ବୃଷ୍ଟିପାତ ହେବାର ସମ୍ଭାବନା ଅଛି।

ଏହା ବ୍ୟତୀତ ୨୧ ମଇରେ ଆସାମ ଏବଂ ମେଘାଳୟର ପଶ୍ଚିମ ଜିଲ୍ଲା ଉପରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଅଧିକାଂଶ ସ୍ଥାନରେ ହାଲୁକା ଏବଂ ମଧ୍ୟମ ବୃଷ୍ଟିପାତ ହେବାର ସମ୍ଭାବନା ଅଛି।

(୨) ପବନର ଚେତାବନୀ

ଆଜି ସନ୍ଧ୍ୟା ସୁଦ୍ଧା ଉତ୍ତର ଓଡ଼ିଶା ଉପକୂଳରେ ଏବଂ ଆଜି ରାତି ସୁଦ୍ଧା ପଶ୍ଚିମବଙ୍ଗ ଉପକୂଳରେ ୫୫ ରୁ ୬୫ କିଲୋମିଟର ବେଗରେ ପବନ ବହିବ ଏପରିକି ପବନର ବେଗ ଘଣ୍ଟାପ୍ରତି ୭୫ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ଅଧିକ ଅଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ପବନର ବେଗ କ୍ରମଶଃ ବୃଦ୍ଧି ପାଇ ୭୫ ରୁ ୮୫ କିଲୋମିଟର ବେଗରେ ପହଁଚିବ ଏବଂ ଉତ୍ତର ଓଡ଼ିଶା ଉପକୂଳ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ଏବଂ ମୟୁରଭଞ୍ଜ ଜିଲ୍ଲା ଗୁଡ଼ିକରେ ପବନର ବେଗ କ୍ରମଶଃ ବଢ଼ିବ ଏପରିକି ଉତ୍ତର ଓଡ଼ିଶା ଜିଲ୍ଲା ଗୁଡ଼ିକରେ ପବନର ବେଗ ଧୀରେ ଧୀରେ ବୃଦ୍ଧି ପାଇ ଘଣ୍ଚା ପ୍ରତି ୧୦୦ କିଲୋମିଟରରୁ ୧୨୫ କିଲୋମିଟର ପର୍ଯ୍ୟନ୍ତ ହେବାର ସମ୍ଭାବନା ଅଛି।

ସେହିପରି ପଶ୍ଚିମବଙ୍ଗ ଉପକୂଳ ପୂର୍ବ ଏବଂ ପଶ୍ଚିମ ମେଦିନୀପୁର, ଦକ୍ଷିଣ ଏବଂ ଉତ୍ତର ୨୪ ପ୍ରଗଣା, ହାୱଡ଼ା, ହୁଗୁଳି, କୋଲକାତା ଜିଲ୍ଲା ପବନର ବେଗ ୧୫୫ ରୁ ୧୬୫ କିଲୋମିଟର ପ୍ରତିଘଣ୍ଟା ହେବ ଏବଂ ଏହା ଏପରିକି ୧୮୫ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ପୂର୍ବ ମେଦିନୀପୁର ଏବଂ ଉତ୍ତର ଏବଂ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ୧୧୦-୧୨୦ କିଲୋମିଟର ବେଗ ରୁ ୧୩୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଗତି କରିବ।

(୩) ଅମ୍ଫାନର ଲ୍ୟାଣ୍ଡଫଲ୍

ଆସନ୍ତା କାଲି ଅର୍ଥାତ୍ ୨୦ ମଇ ଅପରାହ୍ନରୁ ରାତି ଏହି ବାତ୍ୟା ଲ୍ୟାଣ୍ଡଫଲ୍ କରିବାର ଆଶଂକା ରହୁଛି।
ଏହି ସମୟରେ ଓଡିଶାର ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର ଜିଲ୍ଲା ଉପରେ ୫୫-୬୫ କିଲୋମିଟର ବେଗରେ ପବନ ବହିବ।

(୪) ମତ୍ସ୍ୟଜୀବୀଙ୍କୁ ଚେତାବନୀ

ମତ୍ସ୍ୟଜୀବୀମାନଙ୍କୁ ଏ ନେଇ ବଙ୍ଗୋପସାଗରରେ ୧୯ ରୁ ୨୦ ମଇ ୨୦୨୦ ମଧ୍ୟରେ ପ୍ରବେଶ ନକରିବାକୁ ପରାମର୍ଶ ଦିଆଯାଇଛି।

(୫) ଜୁଆର

ପ୍ରାୟ ୪-୫ ମିଟରର ଉଚ୍ଚତାର ଜୁଆର ଉଠିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଦକ୍ଷିଣ ଏବଂ ଉତ୍ତର ୨୪ ପ୍ରଗଣାର ତଳିଆ ଅଞ୍ଚଳରେ ଏବଂ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାର ତଳିଆ ଅଞ୍ଚଳରେ ପ୍ରାୟ ୩-୪ ମିଟରରେ ବୁଡ଼ିଯିବାର ସମ୍ଭାବନା ଅଛି।

(୬) କ୍ଷତିର ଆଶଂକା

ସମସ୍ତ ପ୍ରକାରର ଚାଳଘର, ଆଜବେଷ୍ଟସ୍ ଘରଗୁଡିକର ବ୍ୟାପକ କ୍ଷତି ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ପୁରୁଣା ତଥା ଭଙ୍ଗା ଘର ଗୁଡ଼ିକ ଉପରେ ସାମ୍ଭାବ୍ୟ ବିପଦ ଦୃଷ୍ଠିରୁ ସେଗୁଡ଼ିକରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯିବା ଆବଶ୍ୟକ। ଟେଲି କମ୍ୟୁନିକେସନ୍ ଏବଂ ବିଦ୍ୟୁତ୍ ଖମ୍ଭ ଗୁଡ଼ିକ ଭାଙ୍ଗିବାର ସମ୍ଭାବନା ଅଛି। ଅନେକ ସ୍ଥାନରେ ରେଳ / ସଡକ ସଂଯୋଗର ବ୍ୟାଘାତ ହୋଇପାରେ। ଫସଲ, ବଗିଚାରେ ବ୍ୟାପକ କ୍ଷତି ହେବାର ସମ୍ଭାବନା ଅଛି ବିଶେଷ କରି ଖଜୁରୀ ଏବଂ ନଡ଼ିଆ ଗଛ ଉପରେ ଏହାର ପ୍ରଭାବ ବେଶୀ ପଡ଼ିବ। ବଡ଼ ବଡ଼ ଗଛ ଭାଙ୍ଗିବାର ସମ୍ଭାବନା ଥିବାରୁ ଏହାର ଆଖ ପାଖରେ ଥିବା ଘର ଉପରେ ବିପଦ ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।

(୭) ରେଳ ଏବଂ ସଡ଼କ ଯାତାୟାତ

ସାମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ସଡ଼କ ଏବଂ ରେଳ ଯାତାୟାତକୁ ଏହି ଅଞ୍ଚଳ ମାନଙ୍କରେ ସୁରକ୍ଷା ଦୃଷ୍ଟିରୁ ସ୍ଥଗିତ ରଖାଯାଇଛି। ଅନେକ ସ୍ୱତନ୍ତ୍ର ରେଳଗାଡ଼ିର ଗତିପଥ ବଦଳାଯାଇଛି।