Odiapua.com

ଅମୃତ ଭାରତ ଏକ୍ସପ୍ରେସ୍‌କୁ ଭଦ୍ରକ ରେଳ ଷ୍ଟେସନରେ ସ୍ୱାଗତ କଲେ ବିଧାୟକ ସୀତାଂଶୁ

ଭଦ୍ରକ, ୧୮ା୧ – (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) ଶାନ୍ତ୍ରାଗାଚି–ତାଂବରମ ଅମୃତ ଭାରତ ଏକ୍ସପ୍ରେସର ଭଦ୍ରକ ରେଳ ଷ୍ଟେସନରେ ଆଗମନ ଅବସରରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ସ୍ୱାଗତ ଜଣାଇଛନ୍ତି। ଏହି ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ ଭଦ୍ରକ ସହ ଦେଶର ଅନ୍ୟାନ୍ୟ ଅଂଚଳକୁ ଦୃଢ଼ ରେଳ ସଂଯୋଗ ପ୍ରଦାନ କରି ଯାତ୍ରୀ ସୁବିଧା, ବ୍ୟବସାୟ ଓ ଉନ୍ନତିକୁ ନୂଆ ଦିଗ ଦେବ ବୋଲି କହିଛନ୍ତି ବିଧାୟକ ଶ୍ରୀ ମହାପାତ୍ର। ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲା ସଭାପତି ଭଗବାନ ପଣ୍ଡା, ଇଷ୍ଟକୋଷ୍ଟ ରେଲ୍‌ୱେର ସିନିୟର ଡିସିଏମ୍ ଅନୀଲ କୁମାର, ରେଲ୍‌ୱେ ଡିଆଇଜି ଭବାନୀ ଶଙ୍କର ନାଥ, ସମାଜସେବୀ ଶିଶିର ମିଶ୍ର, ଭଦ୍ରକ ଜିଲା ବଣିକ ସଂଘର ସଭାପତି ତଥା ରେଲ୍‌ୱେ ପରାମର୍ଶଦାତା କମିଟିର ସଦସ୍ୟ ଗୌରହରି ପଣ୍ଡା ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।