Odiapua.com

ଅମୃତପୁର ବାଲିଘାଟର ଜନ ଶୁଣାଣି

ହାଟଡିହି- ୧୬ /୫ (ଓଡ଼ିଆ ପୁଅ / ବିକାଶ ବିଶ୍ୱାଳ) ହାଟଡିହି ତହସିଲ ଅଧିନସ୍ଥ ଆଇତିପୁର ପଞ୍ଚାୟତର ଅମୃତପୁର ବୈତରଣୀ ବାଲିଘାଟର ପରିବେଶ ମଞ୍ଜୁର ପାଇଁ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଆଞ୍ଚଳିକ ପ୍ରଦ୍ୟୁଷଣ ବୋର୍ଡ ଅଧିକାରୀ ପୁଷ୍କର ଚରଣ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି ଜନଶୁଣାଣିରେ ପ୍ରକଳ୍ପ ନିର୍ଦ୍ଦେଶକ ଘାସିରାମ ମୁର୍ମୁ ଯୋଗଦେଇ ବାଲିଘାଟ ଚାଲିବାପାଇଁ ସରକାରଙ୍କ ଥିବା ନୀତି ନିୟମ ସମ୍ପର୍କରେ ସୂଚନା ଦେଇଥିଲେ। ପରିବେଶ ମଞ୍ଜୁରୀ ପାଇଁ କୌଣସି ଅଭିଯୋଗ କିମ୍ବା ପରାମର୍ଶ ଉପସ୍ଥାପନ କରିବାକୁ ପ୍ରଦ୍ୟୁଷଣ ଅଧିକାରୀ ଉପସ୍ଥିତ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଲିଜଧାରୀ ପ୍ରଦୀପ ବିଶ୍ୱାଳଙ୍କ ପ୍ରତିନିଧି ସରକାରଙ୍କ ସମସ୍ତ ନୀତି ନିୟମାନୁଯାୟୀ ବାଲିଘାଟ ଚଳାଇବାକୁ ଘୋଷଣା କରିଥିଲେ। ବାଲିଘାଟ ଦ୍ୱାରା ଅଞ୍ଚଳର ଅନେକ ଶ୍ରମିକ ନିଯୁକ୍ତି ପାଇବା ସହ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ, ରାସ୍ତା ଘାଟ ମରାମତି, ପାଲ ଘୋଡାଇ ବାଲିପରିବହନ ଭଳି ପଦକ୍ଷେପ ନେବାକୁ ମତ ରଖିଥିଲେ। ବାଲିଘାଟ ଚାଲିଲେ ଏ ଅଞ୍ଚଳର ଶ୍ରମିକମାନେ ଦୁଇପଇସା ରୋଜଗାର କରି ସେମାନଙ୍କ ପରିବାର ପ୍ରତିପୋଷଣ କରିପାରିବେ ବୋଲି ସ୍ଥାନୀୟ ଅଧିବାସୀ ମାନେ ମତ ରଖିଥିଲେ। ଅନ୍ୟପକ୍ଷରେ ଗେଡମା ସରପଞ୍ଚଙ୍କ ପ୍ରତିନିଧି ସୁରେନ୍ଦ୍ର କାଣ୍ଡି ଓ ରାଘବପୁର ଗ୍ରାମର କିଛି ଗ୍ରାମବାସୀ ବାଲିଘାଟକୁ ସ୍ୱାଗତ କରିଥିବାବେଳେ ଲିଜଧାରୀ ରାସ୍ତା, ପରିବେଶ ସୁରକ୍ଷା ଓ ଚାଷୀ ମାନଙ୍କ ସୁବିଧା ସୁଯୋଗ ପ୍ରତି ଧ୍ୟାନ ଦେବା ଜରୁରୀ ବୋଲି ମତ ରଖିଥିଲେ। ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଦିଲ୍ଲିପ କୁମାର ସାହୁ, ଅତିରିକ୍ତ ତହସିଲଦାର ରଶ୍ମୀ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିବାବେଳେ ଆଖପାଖ ଗ୍ରାମର ଶତାଧିକ ଲୋକ ଶିବିରରେ ଯୋଗଦେଇ ଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଆନନ୍ଦପୁର ଏସଡିପିଓ ଅନିଲ ବେଉରିଆଙ୍କ ସହ ୭ଜଣ ଇନସପେକ୍ଟରଙ୍କ ସହ ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ କରାଯାଇଥିଲା।