ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରୀ କାର୍ଯ୍ୟାଳୟରେ ପ୍ରମୁଖ କାର୍ଯ୍ୟ ତୁଲାଇଥିବା ବେଳେ ସବୁ କ୍ଷେତ୍ରରେ ଅବହେଳିତ ଅମଲା କର୍ମଚାରୀ । ଆଜି ଭଦ୍ରକ ଜିଲ୍ଲା ଅମଲା ସଂଘ ପକ୍ଷରୁ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏବଂ ସଂଘ ବିଭିନ୍ନ ସମସ୍ୟା ରାଜ୍ୟ ସରକାର ଙ୍କ ନିକଟରେ ଉପସ୍ଥାପନା କରିବା ପାଇଁ ବିଧାୟକ ଶ୍ରୀ ମଲ୍ଲିକଙ୍କ ସହିତ ଆଲୋଚନା କରିଛି।