Odiapua.com

‘ଅଭ୍ୟାସ’ର ସଫଳ ପରୀକ୍ଷା

ବାଲେଶ୍ୱର, ୨୨ା୯(ଓଡ଼ିଆ ପୁଅ/ଅଭୟ ଦାସ): ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଉଚ୍ଚ ଗତିଯୁକ୍ତ ଆକାଶ ମାର୍ଗରେ ଲକ୍ଷ୍ୟ ଭେଦକାରୀ ଅଭ୍ୟାସ ବିମାନର ପରୀକ୍ଷା ଆଜି ସଫଳତାର ସହ କରାଯାଇଛି। ଆନ୍ତରୀଣ ପରୀକ୍ଷା କେନ୍ଦ୍ରରୁ ଏହି ପରୀକ୍ଷା କରାଯାଇଛି। ପରୀକ୍ଷା ସମୟରେ ଦୁଇଟି ପରୀକ୍ଷାମୂଳକ ଯାନକୁ ସପଳତାର ସହିତ ଉଡ଼ା ଯାଇଥିଲା। ଏହି ଯାନ ବିଭିନ୍ନ କ୍ଷେପଣାସ୍ତ୍ର ପଦ୍ଧତିର ମୂଲ୍ୟାୟନ ପାଇଁ ଲକ୍ଷ୍ୟ ଭାବେ ବ୍ୟବହାର କରାଯାଇଥାଏ। ଡିଆରଡିଓର ବିମାନ ବିକାଶ ପ୍ରତିଷ୍ଠାନ (ଏଡ଼ିଇ) ପକ୍ଷରୁ ଅଭ୍ୟାସର ପରିପାଟି ବିକଶିତ ହୋଇଛି। ଏହି ବାୟୁଯାନ ଦୁଇଟି ଅଣ୍ଡର ସ୍ଲବ ବୁଷ୍ଟର ସାହାଯ୍ୟରେ ଛଡ଼ା ଯାଇଥାଏ। ଗ୍ରାଉଣ୍ଡ କଣ୍ଟ୍ରୋଲ ଷ୍ଟେସନରୁ ଲାପଟପ ଜରିଆରେ ଏହି ବାୟୁଯାନର ଗତିବିଧି ଓ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରାଯାଇଥାଏ। ପରୀକ୍ଷା ବେଳେ ୫ କିଲୋମିଟର ଉଚ୍ଚତାରେ ଏହାକୁ ବ୍ୟବହାର କରାଯାଏ ଓ -୫ ମାକ ଗତିରେ ଏହି ଯାନ ସଫଳତାର ସମସ୍ତ ଲକ୍ଷ୍ୟ ହାସ କରିପାରୁଥିବା ଡିଆରଡିଓ ପକ୍ଷରୁ କୁହାଯାଇଛି।