Odiapua.com

ଅଭିରାମ ମ୍ୟାନେଜମେଂଟ କଲେଜ ପକ୍ଷରୁ ମୂଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା 

ତାଳଚେର,୨/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ସ୍ଥାନୀୟ ଅଭିରାମ ମ୍ୟାନେଜମେଂଟ କଲେଜର ଅଧ୍ୟକ୍ଷ ଶଶାଙ୍କ ଶେଖର ପଟ୍ଟନାୟକ, ନିର୍ଦ୍ଦେଶକ କେଶବ ଚନ୍ଦ୍ର ସେଠୀ ଓ କର୍ମଚାରୀମାନେ ସହକାରୀ ଜିଲ୍ଲାପାଳ ସଞ୍ଜୟ କୁମାର ବେହେରାଙ୍କ ଜରିଆରେ ମୂଖ୍ୟମନ୍ତ୍ରୀ କୋଭିଡ-୧୯ ରିଲିଫ ପାଣ୍ଠିକୁ ୫ହଜାର ଟଙ୍କା ପ୍ରଦାନ କରିଛନ୍ତି । ଏହି ଅର୍ଥ ପ୍ରଦାନ କରିବାସହ କାର୍ଯ୍ୟକର୍ତମାନେ ହାଟତୋଟାର ଜନସାଧାରଣ ଏବଂ ସେଠାରେ ଥିବା ବିିଭିନ୍ନ ସରକାରୀ କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ସାବୁନ ଓ ମାସ୍କ ପ୍ରଦାନ କରିଥିଲେ ।