Odiapua.com

ଅଭିଯୁକ୍ତ ସହ ସେଲଫି ନେଇ ବଦଳିଲେ ଥାନା ଅଧିକାରୀ

ଭୁବନେଶ୍ଵର,୧୫/୧୦,(ଓଡ଼ିଆ ପୁଅ ପି ନାଏକ): ଅଭିଯୁକ୍ତ ସହ ସେଲଫି ନବା ପଡିଲା ଭାରୀ । ସେଲଫି ନେଇ ଶେଷରେ ବଦଳି ହୋଇଛନ୍ତି ଥାନା ଅଧିକାରୀ ବୁଲୁ ମୁଣ୍ଡା । ସୂଚନା ଅନୁସାରେ, ଗତକାଲି ଅସ୍ତରଙ୍ଗ ଦିଲ୍ଲୀପ ସ୍ୱାଇଁ ହତ୍ୟାକାଣ୍ଡର ମୁଖ୍ୟଅଭିଯୁକ୍ତ ମୁନା ବିଶ୍ୱାଳ ଚନ୍ଦ୍ରଭାଗା ମେରାଇଥାନାରେ ଆତ୍ମସମର୍ପଣ କରିଥିଲା। ପରେ ଥାନା ଅଧିକାରୀ ବୁଲୁମୁଣ୍ଡା ଅଭିଯୁକ୍ତକୁ ପୋଲିସ ଭ୍ୟାନରେ ବସାଇ ନେବା ସମୟରେ ତା ସହ ସେଲ୍ଫି ଉଠାଇଥିଲେ । ପରବର୍ତ୍ତୀ ସମୟରେ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ପଦକ୍ଷେପ ସ୍ବରୂପ ପୁରୀ ଏ.ସ.ପି ଉମାଶଙ୍କର ଦାଶଙ୍କ ନିର୍ଦେଶ କ୍ରମେ ରାମଚଣ୍ତି ଥାନା ଓ ଚନ୍ଦ୍ରଭାଗା ମେରାଇନାରୁ ବୁଲୁ ମୁଣ୍ଡାଙ୍କ ଅପସରିତ କରି ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି ।