Odiapua.com

ଅଭିଯୁକ୍ତ ଓ ତାଙ୍କ ସୁରକ୍ଷାଦାତାଙ୍କ ପଲିଗ୍ରାଫ ଟେଷ୍ଟ ହେଲେ ତଥ୍ୟ ବି ମିଳିବ ପ୍ରମାଣ ବି ମିଳିବ : କଂଗ୍ରେସ

ଭୁବନେଶ୍ୱର ତା ୨୨.୧୧ (ଓଡ଼ିଆ ପୁଅ) – ମମିତା ହତ୍ୟାକାଣ୍ଡ ଘଟଣାରେ ବିରୋଧିଙ୍କୁ ପ୍ରମାଣ ମଗାଯାଉଛି। ଗୋବିନ୍ଦ ସାହୁ, ଗୃହମନ୍ତ୍ରୀ ଓ ତାଙ୍କର ସହଯୋଗୀ, ଉଭୟ ଜିଲ୍ଲାର ଏସ୍‌ପି, ଡିଆଜି ସହ ବିଜେଡ଼ି ସାଂଗଠନିକ ସଂପାଦକଙ୍କ ପଲିଗ୍ରାଫ ଟେଷ୍ଟ କରାଗଲେ ତଥ୍ୟ ସହ ପ୍ରମାଣ ମଧ୍ୟ ମଳିପାରିବ। ତେଣୁ ଏମାନଙ୍କ କଲ ଡିଟେଲ ସହ ପଲିଗ୍ରାଫ ଟେଷ୍ଟ କରିବାକୁ ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର କହିଛନ୍ତି।

ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ପରିହତ୍ୟା ଘଟଣାରେ ଏସ୍‌ଆଇଟି ଯାଂଚ ଓ ଏସଆଇଟି ମୁଖ୍ୟ ଶ୍ରୀ ଅରୁଣ ବୋଥ୍ରାଙ୍କ ସାମ୍ବାଦିକ ସମ୍ମିଳନୀର ଭିଡିଓ କ୍ଲିପିଙ୍ଗ ଦେଖାଇ ସେ କହିଲେ ଯେ, ପରୀ ହତ୍ୟା ଘଟଣା ଯାଂଚ ବେଳେ ଯଦୁପୁରର ସବୁ ଲୋକ ଯାଂଚ ବେଳେ ସ୍ୱେଚ୍ଛାକୃତ ଭାବେ ସାମିଲ ହେଉଥିଲେ। ପଲିଗ୍ରାଫ ଟେଷ୍ଟ ପାଇଁ ରାଜି ହେଉଥିଲେ। କେବଳ ଅଭିଯୁକ୍ତ ସରୋଜ ତାଙ୍କ ପରିବାର ତଦନ୍ତ ବେଳେ ସହଯୋଗ କରୁନଥିଲେ ପଲିଗ୍ରାଫ ଟେଷ୍ଟ ପାଇଁ ରାଜି ହେଉନଥିଲେ। ଅଭିଯୁକ୍ତ କିମ୍ବା ତାଙ୍କ ପରିବାର ଯେତେବେଳେ ଜାଣଯିବେ ଯେ ସେମାନେ ସନ୍ଦେହ ଘେରକୁ ଆସିଗଲେଣି ତାହାହେଲେ ସେମାନେ ଅଜବ ବ୍ୟବହାର କରିବେ, ପ୍ରମାଣ ମାଗିବେ, ଓଭରରିଆକ୍ଟ କରିବେ କିମ୍ବା ଓଭରଆକ୍ଟ ମଧ୍ୟ କରିବେ। ଚିଟଫଣ୍ଡ ତଦନ୍ତ ବେଳେ ନବୀନ ନିବାସର ସରୋଜର ମଧ୍ୟ ବ୍ୟବହାର ସେମିତି ଥିଲା। ସିବିଆଇ ତଦନ୍ତ ଶିଥିଳ ହୋଇଛି, ସମୟହିଁ କହିବ ୟାଙ୍କର ସଂପୃକ୍ତି କେତେ? କିନ୍ତୁ ଉଭୟ ନବୀନ ନିବାସର ସରୋଜ ଓ ଯଦୁପୁରର ସରୋଜର ବ୍ୟବହାର, ଓଭରରିଆକ୍ସନ ଓ ଓଭରଆକସନ୍ ସହ ଗୃହରାଷ୍ଟ୍ର ମନ୍ତ୍ରୀ ଓ ବିଜେଡ଼ି ସାଂଗଠନିକ ସଂପାଦକଙ୍କ ଓଭରରିଆକ୍ସନ ଓ ଓଭରଆକସନ୍ ସହ ସମାନତା ଆସିଯାଉଛି। ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତପୂର୍ବରୁ ଉଭୟ ମନ୍ତ୍ରୀ ଓ ସାଂଗଠନିକ ସଂପାଦକ ପୋଲିସ୍ ଓ ପ୍ରଶାସନକୁ ନେଇ କଳାହାଣ୍ଡିର କୋଣ ଅନୁକୋଣ ବୁଲିଛନ୍ତି। ଏମାନେ ତଥ୍ୟ ପ୍ରମାଣ ନଷ୍ଟ କରିଛନ୍ତିକି ବୋଲି ପ୍ରଶ୍ନ କରି ସେଥିପାଇଁ ଦମ୍ଭର ସହିତ ପ୍ରମାଣ ମାଗୁଛନ୍ତି ବୋଲି ପ୍ରଶ୍ନ କରାଯାଇଛି। ତାହାହେଲେ ଉଭୟଙ୍କ ସହ ବଲାଙ୍ଗିର ଓ କଳାହାଣ୍ଡିର ଏସ୍‌ପି ଡିଆଜିଙ୍କ କଲରେକର୍ଡ ଯାଂଚ ସହ ପରୀ ଘଟଣାର ତଦନ୍ତ ପ୍ରକ୍ରିୟା ଅନୁଯାୟୀ ସେମାନଙ୍କ ପଲିଗ୍ରାଫ ଟେଷ୍ଟ କରିବାକୁ କଂଗ୍ରେସ ଦଳ ଦାବି କରିଛି।

ଏତଦ୍‌ଭିନ୍ନ ଗଣତନ୍ତ୍ରରେ ମୁଖ୍ୟମନ୍ତ୍ରୀ ଓ ସରକାରଙ୍କୁ ପ୍ରଶ୍ନ କରାଗଲେ ତାର ଉତର ଖୋଦ ମୁଖମନ୍ତ୍ରୀ କିମ୍ବା ଅଧିକୃତ ମନ୍ତ୍ରୀ ଦେବେ। ଦଳ, ଦଳର ସୁପ୍ରିମୋଙ୍କୁ ପ୍ରଶ୍ନ କରାଗଲେ ଦଳର ମୁଖପାତ୍ର ଉତର ରଖିବେ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନକଲେ ଜଣେ ଅନଧିକୃତ ବ୍ୟକ୍ତି ଉତର ଦେବା ଦୁଃର୍ଭାଗ୍ୟଜନକ।

ନଭେମ୍ବର ୭ ତାରିଖରେ ମହିଳା ଓ ଶିଶୁ ବିଭାଗ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଏକ ଟ୍ୟୁଇଟ କରିଥିଲେ। ଟୁଏଟରେ ଉଭୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେଯେ, ରାଜନୈତିକ ଭିନ୍ନମତଦବାଦକୁ ଭୁଲିଯାଇ ଏକତା ଭାବେ ମମିତା ପରିବାରର ଦୁଃଖରେ ସାମଲି ହେବାକୁ। ରାଜ୍ୟର ଜଣେ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସ୍ୱାଭାବିକ, କିନ୍ତୁ ବିଜେପିର କେନ୍ଦ୍ରମନ୍ତ୍ରୀଙ୍କ ଶରଣରେ ଗଲେ କାହିଁକି?

ଗୋବିନ୍ଦ ସାହୁ ସନ୍ଦେହଜନକ ଫେରାର ହେଲା ଟିଟିଲାଗଡ଼ରୁ, ମାନ୍ୟବର ମନ୍ତ୍ରୀ ସେହି ଟିଟିଲାଗଡ଼ର ବିଧାୟକ। ‘ଗୋବିନ୍ଦ ସାହୁ”ଙ୍କୁ ଫେରାର କରିବା ପଛରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ହାତ ଥିବା ଓ ପୋଲିସ ଏହି ରାଷ୍ଟ୍ରମନ୍ତ୍ରୀଙ୍କ ବୋଲକରା ସାଜୁଥିବା ଯୋଗୁଁ ସେ ଉଭୟ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେକି? ପୋଲିସ ମାତ୍ରାଧିକ ଉଦାସୀନତା ସହ ଯେହେତୁ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ସଂପୃକ୍ତି ଅଭିଯୋଗ ଆସୁଥିବା ଯୋଗୁଁ ଓଡ଼ିଶା ପୋଲିସ ନିଜ ବିଭାଗର ମନ୍ତ୍ରୀଙ୍କୁ ବାନ୍ଧିବା ସମ୍ଭବ ନୁହେଁ। ତେଣୁ ଏହାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରି ମମିତା ମେହେର ପରିବାରକୁ ସମବେଦନା ଜଣାଇବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ କି? ତତ୍‌ସହିତ ସିବିଆଇ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ତେଣୁ ସେ ଏହାର ତଦନ୍ତ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ କି?

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପରିପ୍ରେକ୍ଷୀରେ ବହୁ କ୍ୟାବିନେଟ ମନ୍ତ୍ରୀ ସେ ଅଂଚଳରେ ଥିଲେ। ପୋଲିସ ଓ ପ୍ରଶାସନ ତତ୍ପର ଥିଲା। ଖୋଦ ଗୃହ ରାଷ୍ଟ୍ରମନ୍ତ୍ରୀ କଳାହାଣ୍ଡି ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଧରି ବୁଲୁଥିଲେ। କେହିବି ମୃତ ମମିତାର ପରିବାରକୁ ସମବେଦନା ଜଣାଇବାକୁ ଯାଇ ନାହାନ୍ତି କିମ୍ବା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଅନୁରୋଧ ସତ୍ୱେ ମାନ୍ୟବର ମୁଖ୍ୟମନ୍ତ୍ରୀ ପଦୁଟିଏ ମଧ୍ୟ କହିନାହାନ୍ତି, ତା’ର କାରଣ କ’ଣ?

ଟୁଇଟ୍ ସହ ଏକ ଭିଡିଓ ଅପଲୋଡ କରାଯାଇଛି। ମନ୍ତ୍ରୀ ଶ୍ରୀମତୀ ସାହୁ ମମିତା ପରିବାରକୁ ଭେଟି ନାହାନ୍ତି କିମ୍ବା ସେମାନେ ମଧ୍ୟ ମନ୍ତ୍ରୀ ପାଖକୁ ଆସିନାହାନ୍ତି। ଏହି ଭିଡିଓ ପାଇଲେ କେଉଁଠୁ?

ଏହା କ’ଣ ସତ୍ୟକି ଜଣେ ବିଜେଡ଼ି ନେତା ଅନ୍ଧାରି ବିଜେକରି ପୋଲିସ ଓ ପ୍ରଶାସନ ମାଧ୍ୟମରେ ଚାପ ପ୍ରୟୋଗ କରି ବଳପୂର୍ବକ ଲେଖା ପଢ଼ାଇ ଭିଡିଓ ତିଆରି କରିଛନ୍ତି କି? ଝିଅକୁ ହରାଇ ଦୁଃଖରେ ଭାଙ୍ଗିପଡ଼ିଥିବା ଏକ ପିତାମାତାଙ୍କ ଠାରୁ “ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଅଛି” ବୋଲି କୁହାଇ ପ୍ରଚାର କରାଇବା ବିକୃତ ଓ ଜଘନ୍ୟ ମାନସିକତା ନୁହେଁ କି? ଗୃହରାଷ୍ଟ୍ର ମନ୍ତ୍ରୀ ଆତ୍ମଗୋପନ ବେଳେ ଜଣେ ବିଧାୟକଙ୍କ ଘରେ ଥିବା ଅଭିଯୋଗ ଉଠୁଥିଲା ସେ ବିଧାୟକ ଜଣକ କିଏ।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ମନୋରଞ୍ଜନ ଦାଶ, ଅଭିଶେକ ମହାନନ୍ଦ ଓ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ।