Odiapua.com

ଅଭିବ୍ୟକ୍ତି ଆଜାଦି: ରାମଲୀଳାକୁ ଚାଇଲ୍ଡ ପର୍ଣ୍ଣ କହିଲେ ପ୍ରକାଶ ରାଜ୍!

ନୂଆଦିଲ୍ଲୀ: ରିଲ୍ ଲାଇଫରେ ଭିଲିଏନ୍ ରୋଲ୍ କରି ପ୍ରସିଦ୍ଧି ପାଇଥିବା ଅଭିନେତା ପ୍ରକାଶ ରାଜ୍ ରିଅଲ୍ ଆଇଫରେ ମଧ୍ୟ ଭିଲିଏନ୍ ଆଚରଣ ଦେଖାଇଛନ୍ତି।ଟୁକୁଡ଼େ ଟୁକୁଡ଼େ ଗ୍ୟାଙ୍ଗ ସହ ରହି ଭାରତରେ ଇନଟଲରାନ୍ସ (ଅସହିଷ୍ଣୁତା) ଥିବା କଥା କହୁଥିବା ପ୍ରକାଶ ରାଜ୍ ଅଭିବ୍ୟକ୍ତି ଆଜାଦି ନାମରେ ଚାଇଲ୍ଡ ପର୍ଣ୍ଣ ସହ ରାମଲୀଳାର ତୁଳନା କରିଛନ୍ତି।ପ୍ରକାଶ ରାଜ୍ କହିଛନ୍ତି, ଏହା ବୋକାମୀ ପରି ଲାଗେ ଯେ ହେଲିକପ୍ଟର ପୁଷ୍ପକ ବିମାନ।ମୁମ୍ବାଇରୁ ତିନି ଜଣ ମଡେଲ ମେକଅପ୍ ହୋଇ ରାମ, ଲକ୍ଷଣ ଏବଂ ସୀତା ସାଜୁଛନ୍ତି।ଲୋକ ତାଙ୍କର ପୂଜା କରୁଛନ୍ତି।ଏହା ସବୁ ଏ’ ଦେଶରେ ଦେଖିବାକୁ ଚାହୁଁନାହିଁ।ଏହା ସବୁ ତୁଷ୍ଟିକରଣ ଅଟେ।ଲୋକ ଏହାକୁ ନେଇ ଭୋଟ ଦେଉଛନ୍ତି।ଲୋକଙ୍କୁ ଏଥିରେ କୌଣସି ସମସ୍ୟା ନାହିଁ।ଲୋକ ଭୋଟ ଦେଉଛନ୍ତି ବୋଲି କ’ଣ ଛାଡ଼ିଦେବା?ତେବେ, ଯେଉଁ ଲୋକ ଚାଇଲ୍ଡ ପର୍ଣ୍ଣ ଦେଖୁଛନ୍ତି, ତାଙ୍କୁ ବି ଦେଖିବାକୁ ଦିଅ।ତାଙ୍କୁ ମଧ୍ୟ ଛାଡ଼ିଦିଅ।ଏକ ଟିଭି ନିଉଜ୍ ସୋ’ ରେ ଅଂଶ ଗ୍ରହଣ କରି ପ୍ରକାଶ ଏପରି କହିଥିଲେ।ଦୀପାବଳୀ ଅବସରରେ ଅଯୋଧ୍ୟା ନଗରୀରେ ଆୟୋଜିତ ହେଉଥିବା ଭବ୍ୟ କାର୍ଯ୍ୟକ୍ରମ, ରାମଲୀଳା ଏବଂ ସେଥିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିଜେପି ସରକାରର ଭୂମିକା ଆଦିକୁ ସମାଲୋଚନା କରିବାକୁ ଯାଇ ପ୍ରକାଶ ରାଜ୍ ଏପରି କହିଛନ୍ତି।ରାମଲୀଳାକୁ ଚାଇଲ୍ଡ ପର୍ଣ୍ଣ ସହ ତୁଳନା କରିଛନ୍ତି।ସୁପ୍ରିମକୋର୍ଟର ୫ଜଣ ଓକିଲ ଏ’ ନେଇ ପ୍ରକାଶ ରାଜଙ୍କ ବିରୋଧରେ ଏବେ କେସ୍ ଦାୟର କରିଛନ୍ତି।ତେବେ, ଏଠାରେ ପ୍ରଶ୍ନ ଉଠେ ଏ’ କି ପ୍ରକାର ଅଭିବ୍ୟକ୍ତି ଆଜାଦି? ଏବଂ ଏହାକୁ ପ୍ରତିବାଦ କରାଗଲେ ଇନଟଲରାନ୍ସ (ଅସହିଷ୍ଣୁତା)?//- ଦେବଦତ୍ତ ରଥ