Odiapua.com

ଅଭିନୟରେ କେନାଢିପା ଓ ଲୋକନୃତ୍ୟରେ ଲେଡ଼ି ଲୁଇସ ହାଇସ୍କୁଲ ପ୍ରଥମ

ସମ୍ବଲପୁର, ୧୪/୯ (ଓଡ଼ିଆ ପୁଅ) ସହରର ବୁଢାରଜା ହାଇସ୍କୁଲ ଠାରେ ଜିଲ୍ଲାସ୍ତରୀୟ ଏକକ ଅଭିନୟ ଏବଂ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହାର ଅଭିନୟ ବିଭାଗରେ କେନାଢିପା ପଂଚାୟତ ଉନ୍ନୀତ ହାଇସ୍କୁଲ ପ୍ରଥମ, ଜୟନ୍ତପୁର ସରକାରୀ ହାଇସ୍କୁଲ ଦ୍ୱିତୀୟ ଏବଂ ରେଂଗାଲିର ନ୍ୟୁ ରମ୍ପେଲା ହାଇସ୍କୁଲ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଲେକନୃତ୍ୟ ପ୍ରତିଯୋଗିତାରେ ସମ୍ବଲପୁରର ଲେଡ଼ିଲୁଇସ ବାଳିକା ହାଇସ୍କୁଲ ପ୍ରଥମ, ବୁଢାରଜା ସରକାରୀ ହାଇସ୍କୁଲ ଦ୍ୱିତୀୟ ଓ ହୀରାକୁଦ ହାଇସ୍କୁଲ ଦଳ ତୃତୀୟ ସ୍ଥାନ ଅଧିକାର କରି ପୁରଷ୍କୃତ ହୋଇଥିଲେ। ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଛାତ୍ରଛାତ୍ରୀମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ମନୋନିତ ହୋଇଛନ୍ତି। ଜିଲ୍ଲା ବିଜ୍ଞାନ ନୀରିକ୍ଷକ ଫକୀର ମୋହନ ପ୍ରଧାନ ସଂଯୋଜନା କରିଥିଲେ। ଶିକ୍ଷାବିଦ ଉଦିତ ଚନ୍ଦ୍ର ପାଟ୍ଟଯୋଷୀ, ପ୍ରଧାନଶିକ୍ଷକ ଯଶୋବନ୍ତ ସାହୁ ଏବଂ ପୁଷ୍ପାଞଳୀ ମିଶ୍ର ଅତିଥ ଭାବେ ଯୋଗଦେଇ ପ୍ରଦୀପ ପ୍ରଜଳ୍ୱନ ପୂର୍ବକ ଉଦଘାଟନ କରିଥିଲେ। ବରିଷ୍ଠ ଶିକ୍ଷକ ହରି ନାରାୟଣ ପଣ୍ଡା ଏବଂ ଦୀପାଳି ଚୈାଧୁରୀ ପ୍ରତିଯୋଗିତା ପରିଚାଳନା କରିଥିଲେ। ଅଭିନୟକୁ ମାନସ ରଞନ ମିଶ୍ର ଏବଂ ଉଜାଗର ପ୍ରଧାନ ଓ ଲୋକନୃତ୍ୟରେ ମୋହିତ କୁମାର ସ୍ୱାଇଁ ବିଚାରଣା କରିଥିଲେ।