Odiapua.com

ଅଭିନବ ଉପାୟରେ ଛେଳି ଚୋରି

ପୁରୀ ୧୯-୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଅଭିନବ ଉପାୟରେ ଛେଳି ଚୋରି। ଛେଳି ଚୋରି ସମୟରେ ଛେଳି ନ ବୋବାଇବା ପାଇଁ ଚୋରମାନେ ଛେଳି ମୁହଁରେ ଲଗାଇଲେ ସେଲୋ ଟେପ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହି ପ୍ରକାରର ଚୋରି ଘଟଣା ଏଣେ ପୁରୀ ଜିଲ୍ଲା କାକଟପୁର ଅଂଚଳ ରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଅଭିନବ ଢଙ୍ଗରେ ଚୋରି ଉଦ୍ୟମ ବେଳେ ଚତୁର ଚୋରକୁ ଧରିବାରେ ସକ୍ଷମ ହୋଇଛି ପୁରୀ କାକଟପୁର ପୋଲିସ। ଦୁଇ ଗିରଫ ହୋଇ ଥିବା ଚୋର ହେଲେ କାକଟପୁର ଥାନା ସୁହାନପୁର ର ଲୋକମାନ ଖାଁ ଓ ତାଙ୍କର ପୁତ୍ର ରେହେ ମତ ଖାଁ। ଗତକାଲି ସ୍ଥାନୀୟ ଅଞ୍ଚଳରୁ ଚୋରି କରୁଥିବା ବେଳେ ଲୋକ ମାନେ ଦେଖି ଥିଲେ। ସଂଗେ ସଂଗେ କାକଟପୁର ପୋଲିସ ପହଂଚି ଉଭୟ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।