Odiapua.com

ଅଭିନବ ଉପାୟରେ ଚୋରି

ପୁରୀ-୨୩/୧୦(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ମା ଓ ଝିଅ ସୁନା କିଣିବାକୁ ଆସି ଚତୁରତାର ସହ ଏକ ସୁନା ଚେନ ଚୋରି କରି ଦୋକାନରୁ ଖସି ପଳାଇଛନ୍ତି। ଏହି ଘଟଣାର ଦୃଶ୍ୟ ସିସିଟିଭି କ୍ୟାମେରାରେ ରେକର୍ଡ଼ ହୋଇଛି। ପୁରୀ ଟାଉନ ଥାନା ଅନ୍ତର୍ଗତ ସତ୍ୟମ୍ ଜୁଏଲାରୀ ଦୋକାନକୁ ମା ଓ ଝିଅ ସୁନା କିଣିବା ପାଇଁ ଗତକାଲି ପୂର୍ବାହ୍ନ ୧୧ଟାରେ ଆସିଥିଲେ। ସୁନା ଚେନ ଦେଖିବା ବାହାନାରେ ଝିଅ ଦୁଇଟି ଚେନ କାଢ଼ୁଥିବା ବେଳେ ଗୋଟିଏ ଚେନ ନିଜ ମାଙ୍କ ହାତକୁ ବଢ଼ାଇ ଦେଉଛନ୍ତି। ପରେ ସୁନା ଦୋକାନୀ ମାଲିକ ଏହା ଜାଣି ସିସିଟିଭି ଯାଞ୍ଚ କରିବା ପରେ ଚୋରି ହୋଇଥିବା ଜାଣି ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।