Odiapua.com

ଅଭିନବ ଉପାୟରେ କଫସିରଫ ଚାଲାଣ ବେଳେ ଗାଡି ଜବତ ଓ ତିନି ଗିରଫ

ବଲାଙ୍ଗୀର ୨୧-୪ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଏହି ଜାତୀୟ ବିପତ୍ତି ସମୟରେ ଅଭିନଵ ଉପାୟରେ ବିପୁଳ ପରିମାଣର ଏସ କଫ କଫ ସିରଫ ଚାଲାଣ ବେଳେ କାବୁ କରିଛି ସଦର ପୋଲିସ। ଏହି କଫ ସିରଫ ନୟାଗଡ ପଟୁ କୋଭିଡ-୧୯ ନିୟମ ଅନୁଯାୟୀ ଏକ ଫଳ ବୋଝେଇ ଗାଡି ର ପାସ କରି କଣ୍ଟାବାଞ୍ଜି କୁ ଚାଲାଣ କରାଯିବା ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏ ନେଇ ପ୍ରଥମେ ବଲାଙ୍ଗୀର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଙ୍କୁ ମୋବାଇଲ ଯୋଗେ ଏକ ବିଶ୍ୱସ୍ଥ ସୂତ୍ରରୁ ଏକ ୪୦୭ ଗାଡ଼ିରେ ବିପୁଳ ପରିମାଣର କଫ ସିରଫ ଆସୁଥିବା ସୂଚନା ମିଳିଥିଲା। ଏ ନେଇ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଉକ୍ତ ଗାଡି କୁ ବଲାଙ୍ଗୀର ରୁ ପାଟଣାଗଡ଼ ଯିବା ରାସ୍ତାରେ ଖୁଂଟପାଲି ଗ୍ରାମ ନିକଟରେ କାବୁ କରିବାରେ ପୋଲିସ ସଫଳ ହୋଇଥିଲା। ଉକ୍ତ ଗାଡି ଜବତ ସହ ସେଥିରେ ଥିବା ତିନି ଜଣ ଙ୍କୁ ଗିରଫ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ପ୍ଲାଷ୍ଟିକ ବସ୍ତାରେ ବୋଝେଇ କରି ସମସ୍ତ କଫସିରଫ ନିଆଯାଉଥିବା ଓ ଏଥିରେ ଆଉ କେଉଁ ମାନଙ୍କ ସମ୍ପୃକ୍ତି ରହିଛି ସେ ନେଇ ଅଧିକ ତଦନ୍ତ କରାଯିବା ପୋଲିସ ପକ୍ଷରୁ ସୂଚନା ମିଳିଛି।