Odiapua.com

‘ଅଭିଜ୍ଞାନ ଶାକୁନ୍ତଳମ୍ ଓ ପ୍ରଣୟ ବଲ୍ଲରୀ’ ପୁସ୍ତକ ଲୋକାର୍ପିିତ, ଡ. ନରହରି ବେହେରା ଥିଲେ ଜ୍ଞାନର ଗବେଷକ

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ସ୍ତମ୍ଭକାର, ସଂସ୍କୃତବିତ୍ ପୂର୍ବତନ ପ୍ରଶାସନକି ଅଧିକାରୀ ତଥା ଗବେଷକ ଦିବଂଗତ କରୋନା ଯୋଦ୍ଧା ଡ. ନରହରି ବେହେରାଙ୍କ ଗବେଷଣା ପୁସ୍ତକ ‘ଅଭିଜ୍ଞାନ ଶକୁନ୍ତଳମ୍ ଓ ପ୍ରଣୟ ବଲ୍ଲରୀ’ ପୁସ୍ତକର ଲୋକର୍ପଣ ଉତ୍ସବ ଆଜି ସନ୍ଧ୍ୟାରେ ଭଦ୍ରକ ବାଇପାସ୍ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ସମ୍ମାନିତ ଅତିଥି ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ମୁଖ୍ୟବକ୍ତା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସେବାନିବୃତ ନିର୍ଦ୍ଦେଶକ ବିଜୟ କୁମାର ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପୁସ୍ତକର ଲୋକାର୍ପଣ କରିଥିଲେ । ଦିବଂଗତ କରୋନା ଯୋଦ୍ଧା ଡ. ବେହେରା ପ୍ରତିବର୍ଷ ବର୍ଣ୍ଣବୋଧ ଦିବସ ପାଳନ କରିବା ସହିତ ସ୍କୁଲର ଛାତ୍ରଛାତ୍ରୀଙ୍କୁ ବର୍ଣ୍ଣବୋଧ ବଣ୍ଟନ କରି ଓଡ଼ିଆ ଭାଷା କିପରି ସୁଦୃଢ ହୋଇ ପାରିବ, ପିଲାମାନେ କିପରି ନିର୍ଭୁଲ ଓଡ଼ିଆ ଲେଖିବେ, କହିବେ ସେ ଦିଗରେ ନିରନ୍ତର ପ୍ରୟାସ ଜାରି ରଖିଥିଲେ । ସେ ଜଣେ ଦକ୍ଷ ପ୍ରଶାସକ, ଭାଷାବିତ୍ ହେବା ସହିତ ସଂସ୍କୃତ ଜ୍ଞାନରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା । ସେ ସଦାସର୍ବଦା ଜ୍ଞାନକୁ ନେଇ ଗବେଷଣା କରିଚାଲିଥିଲେ । ଜ୍ଞାନ ଆହରଣର ତୃଷା ତାଙ୍କର ମେଣ୍ଟି ପାରିଲା ନାହିଁ । ସେ ସବୁବେଳେ କହନ୍ତି ଶିକ୍ଷାର ସମାପ୍ତି ନାହିଁ । ଆଜି ବର୍ଣ୍ଣବୋଧ ଦିବସରେ ତାଙ୍କ ଗବେଷଣା ପୁସ୍ତକର ଲୋକର୍ପଣ ହେବା ଅତ୍ୟନ୍ତ ସୌଭାଗ୍ୟର କଥା । ଆଜି ନରହରି ବେହେରା ଇହଧାମରୁ ଚାଲିଯାଇଥିଲେ ମଧ୍ୟ ‘ଅଭିଜ୍ଞାନ ଶାକୁନ୍ତଳମ୍ ଓ ପ୍ରଣୟ ବଲ୍ଲରୀ’ ଭଳି ଏକ ଗବେଷଣାତ୍ମକ ପୁସ୍ତକ ତାଙ୍କୁ ଚିର ଅମର କରି ରଖିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ବିଶିଷ୍ଟ ବିଧିବକ୍ତା ଅତିସ୍ ବେହେରାଙ୍କ ମଞ୍ଚ ସଂଚାଳନାରେ ଅନୁଷ୍ଠିତ ଉତ୍ସବରେ ପ୍ରାଧ୍ୟାପିକା ଡ. ରାଧାରାଣୀ ମହାପାତ୍ର ଓ ସାହିତ୍ୟ ଏକାଡେମୀ ସଦସ୍ୟ ଅଧ୍ୟାପକ ପବିତ୍ର ପାଣିଗ୍ରାହୀ ପୁସ୍ତକର ସମୀକ୍ଷା କରିବା ସହିତ ବିଷଦ୍ ଆଲୋଚନା କରିଥିଲେ । ଉତ୍ସବକୁ ସହ ସଂଚାଳକ ରୂପକ ବିହାରୀ ରାୟ, ଛବିଲତା ବିଶ୍ୱାଳ, ନିତ୍ୟାନନ୍ଦ ଦାସ, ସରୋଜ ବିଶ୍ୱାଳ, ଦେବୀଦତ୍ତ ବେଦାନ୍ତ, ଦେବଦତ୍ତ ବେଦାନ୍ତ ପ୍ରମୁଖ ପରିଚାଳନା କରିଥିଲେ ।