Odiapua.com

ଅବାଧ ମଦ କାରବାର ବନ୍ଦ ପାଇଁ ଥାନାରେ ଦ୍ୱାରସ୍ଥ ହେଲେ ମହିଳା

ପାଟଣା ୧୩-୫ (ଓଡ଼ିଆ ପୁଅ/ସନ୍ତୋଷ ପତି) – କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ଫାଣ୍ଡି ଅଧିନ ଦାମାହୁଦା ପଞ୍ଚାୟତ କୁମୁଳାବାହାଳି ଗ୍ରାମ ତଥା ଏହାର ଆଖପାଖ ଅଞ୍ଚଳରେ ଅବାଧ ମଦ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଗ୍ରାମର ମହିଳାମାନେ ପାଟଣା ଥାନାରେ ଦ୍ୱାରସ୍ଥ ହୋଇ ପାଟଣା ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ଏହି ଗ୍ରାମ ଓ ତା ଆଖ ପାଖ ଗ୍ରାମରେ ବିପୁଳ ପରିମାଣରେ ମହୁଲି ମଦ ପ୍ରସ୍ତୁତ କରାଯାଇ ବିକ୍ରୀ କରାଯାଉଛି। ଫଳରେ ପାରିବାରିକ ଅଶାନ୍ତି ସାଙ୍ଗକୁ ଦୈନଦିନ ଝଗଡା ଆଉ ମାରପିଟ ହେଉଛି ଏଥି ସହିତ ଯୁବକମାନେ ମଦ ପିଇ ରୋଗଗ୍ରସ୍ତ ହୋଉଛନ୍ତି। ହାତ ପାଆନ୍ତରେ ମଦ ତିଆରି ହୋଇ ବିକ୍ରି ହୋଉଥିବାରୁ ସନ୍ଧ୍ୟା ହେଲେ ମହିଳାମାନେ ଘରୁ ବାହାରକୁ ବାହାରିବାକୁ ସୁରକ୍ଷିତ ମଣୁ ନାହାଁନ୍ତି। ଏହା ସହିତ ଏହି ମଦ ବିକ୍ରିକୁ ନେଇ ଗତ ସେପ୍ଟେମ୍ବର ମାସ ୧୭ ରିଖରେ ଗ୍ରାମରେ ମଦ ବିକ୍ରି ବନ୍ଦ ପାଇଁ ଏକ ରାଲି କରିବା ସହିତ ମଦ ତିଆରି ଓ ବିକ୍ରି ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହାକୁ ଯେଉଁମାନେ ନ ମାନି ମଦ ବିକ୍ରି କରିବେ ୫୦୦ ଟଙ୍କା ମଧ୍ୟ ଜରିମାନା କରାଯାଇଥିଲା କିନ୍ତୁ ପୁନର୍ବାର ମଦ ବିକ୍ରି ସହିତ ମଦ ପ୍ରସ୍ତୁତ ହୋଉଥିବାରୁ ସୋମବାର ପାଟଣା ଥାନା ଦ୍ୱାରସ୍ଥ ହୋଇ ପାଟଣା ଥାନା ଅଧିକାରୀ ପୁଷ୍ପାଞ୍ଜଳି ସାମନ୍ତରାୟଙ୍କୁ ଏକ ଦାବି ପତ୍ର ଦେଇଛନ୍ତି।