Odiapua.com

ଅବସର ପ୍ରାପ୍ତ ସେନା ଅଧିକାରୀଙ୍କୁ ଜୀବନରୁ ମାରି ଦେବାକୁ ଉଦ୍ୟମ, କିମ୍ସରେ ଜୀବନ ମରଣ ସହ କରୁଛନ୍ତି ସଂଗ୍ରାମ

ଭଦ୍ରକ, ୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧୁଷୁରୀ ଅଂଚଳର ବ୍ୟବସାୟୀ ତଥା ଅବସର ପ୍ରାପ୍ତ ସେନା ଅଧିକାରୀ ରାଜକିଶୋର ନାୟକ(୬୧)ଙ୍କୁ ଜମି ବାଡି ଘଟଣା କୁ ନେଇ ଆକ୍ରମଣ । ଗୁରୁତର ଅବସ୍ଥାରେ କିମ୍ସ ଡ଼ାକ୍ତର ଖାନା ରେ ଚିକିତ୍ସିତ ହେଉଛନ୍ତି। ପ୍ରକାଶଥାଉକି ରାଜକିଶୋର ଧୂଷୁରୀ ରୁ ନିଜ ଗ୍ରାମ ନୁଆସାହି କୁ ଫେରିବା ବେଳେ ଧୂଷୁରୀ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ତାଙ୍କୁ ଅଭିମନ୍ୟୁ ସାହୁ, ସୋନୁ ସାହୁ ଓ ଶକୁନ୍ତଳା ସାହୁ ମିଶି ଆକ୍ରମଣ କରିଥିଲେ। ଜମି ଜମା ବିବାଦ କୁ କେନ୍ଦ୍ର କରି ତାଙ୍କୁ ବହୁତ ଥର ଜୀବନ ରୁ ମାରିବା ପାଇଁ ଧମକ ଆସି ଥିଲା ବୋଲି ସେ ଲିଖିତ ଅଭିଯୋଗ କରିଥିଲେ। ଧୁଷୁରି ଥାନାଧିକାରୀ ଅଜୟ ସୁଦର୍ଶନ ବାଗେ କେସ ନମ୍ବର ୧୪୪/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।