Odiapua.com

ଅବସରପ୍ରାପ୍ତ ସୈନିକଙ୍କ ହାତରେ ରାକ୍ଷୀ ବାନ୍ଧିଲେ ମନସ୍ମିତା

ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମାକୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତା ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି । ଦେଶ ପାଇଁ ଜୀବନକୁ ବାଜି ଲଗେଇ ଭାରତୀୟ ସେନାରେ ରହି ରାଷ୍ଟ୍ର ପାଇଁ ସମର୍ପିତ ହୋଇ ଲଢେଇ କରିଥିବା ସୈନିକମାନଙ୍କୁ ସମ୍ମାନ ଜଣାଇ ସେମାନଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି । ଅବସରପ୍ରାପ୍ତ ସୈନିକମାନେ ଦକ୍ଷିଣେଶ୍ୱରୀ କାଳୀ ମନ୍ଦିର ପ୍ରାଙ୍ଗଣରେ ଏକଜୁଟ ହୋଇଥିଲେ । ଶ୍ରୀମତୀ ଖୁଣ୍ଟିଆ ସେମାନଙ୍କୁ ଚନ୍ଦନ ତିଳକ ଲଗାଇ ହାତରେ ରାକ୍ଷୀ ବାନ୍ଧି ଶୁଭ ମନାସିଥିଲେ । ସୈନିକମାନେ ଦେଶର ସର୍ବୋଚ୍ଚ ସମ୍ମାନର ଅଧିକାରୀ । ଯେଉଁମାନଙ୍କ ପାଇଁ ଆମେ ଶାନ୍ତିରେ ଜୀବନ ଯାପନ କରିପାରୁଛୁ । ପ୍ରିୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ସୈନିକମାନଙ୍କ ପାଇଁ ଦିନରାତି ଚିନ୍ତା କରୁଛନ୍ତି । ସେମାନଙ୍କ ପରିବାରର ସୁରକ୍ଷା ନିମିତ୍ତ ପ୍ରଧାନମନ୍ତ୍ରୀ ସଂକଳ୍ପବଦ୍ଧ । ରାଷ୍ଟ୍ରୀୟତାବାଦ ତଥା ରାଷ୍ଟ୍ରଭକ୍ତିକୁ ସମ୍ମାନ ଦେଉଥିବା ପ୍ରଧାନମନ୍ତ୍ରୀ ସଦାସର୍ବଦା ଦେଶ ହିତରେ କାର୍ଯ୍ୟରତ ସୈନକଙ୍କୁ ମଧ୍ୟ ସେହି ସମାନ ଦୃଷ୍ଟିରେ ଭକ୍ତି କରିଥାଆନ୍ତି ବୋଲି ଖୁଣ୍ଟିଆ କହିଥିଲେ । ଏହି ରକ୍ଷାବନ୍ଧନ କାର୍ଯ୍ୟକ୍ରମରେ ସୈନିକ ସଂଘର ସଭାପତି ରୋହିତ କୁମାର ରାୟ, ଅଶୋକ କୁମାର ପାତ୍ର, ସୁରେଶ ନାୟକ, ସୁବାସ ଚନ୍ଦ୍ର ଲେଙ୍କା, ରମେଶ ଚନ୍ଦ୍ର ଦାସ, ତ୍ରୈଲୋକ୍ୟ ନାଥ ଦ୍ୱିବେଦୀ, ବିଜୟ ବାରିକ, କରୁଣାକର ପରିଡ଼ା, ଅମିୟ ଦାସ ପ୍ରମୁଖଙ୍କୁ ଶ୍ରୀମତୀ ଖୁଣ୍ଟିଆଙ୍କ ସମେତ ସୁମିତ୍ରା ପାଣି, ପଦ୍ମିନୀ ଦ୍ୱିବେଦୀ, ଗୀତାରାଣୀ ଜେନା, ମଧୁସ୍ମିତା ଦାସ, ଦିଲିପ ସାହୁ, ଶଶୀ ସାହୁ, ସୀତାକାନ୍ତ, ଚନ୍ଦନ ନାୟକ ପ୍ରମୁଖ ରାକ୍ଷୀ ବାନ୍ଧିଥିଲେ ।