Odiapua.com

ଅବସରପ୍ରାପ୍ତ ସରକାରୀ ର୍କମଚାରୀ ସଂଘର ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଭାପତି ଅବସରପ୍ରାପ୍ତ କମିସନର ଦିଗମ୍ବର ମହାନ୍ତି, ସାଧାରଣ ସଂପାଦକ ରାଷ୍ଟ୍ରପତି ପୁରସ୍କୃତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଭାକର ମଲ୍ଲିକ, କାର୍ଯ୍ୟକାରୀ ସଭାପତି ପଦ୍ମନାଭ ପାଢ଼ୀ, ଉପସଭାପତି ଉଦୟନାଥ ମହାନ୍ତି, ଯୁଗ୍ମ ସଂପାଦକ ଅଜିତ କୁମାର ନାୟକ, କରୁଣାକର ଉପାଧ୍ୟାୟ, କୋଷାଧ୍ୟକ୍ଷ କ୍ଷୀରୋଦ ଚନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ସର୍ବଭାରତୀୟସ୍ତରର ରାଜ୍ୟ ପେନ୍‌ସନ ଫେଡ଼େରସନଙ୍କ ଆହ୍ୱାନ କ୍ରମେ ଭଦ୍ରକ ଜିଲ୍ଲା ସଂଘ ପକ୍ଷରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭଦ୍ରକ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଦାବୀପତ୍ର ପ୍ରଦାନ କରାଗଲା । ୧୨ ଦଫା ଦାବୀ ମଧ୍ୟରେ ଚିକିତ୍ସା ଭତ୍ତା, ଏକ ପଦବୀ ପାଇଁ ଏକ ପେନ୍‌ସନ୍‌, ବକେୟା ଟି.ଆଇ. ନୂତନ ପେନସନ୍ ପ୍ରଦାନ ପରିବର୍ତ୍ତେ ପୁରାତନ ପେନସନ୍ ପଦ୍ଧତି ଅନୁସରଣ ଆୟକର ଛାଡ଼, ସମସ୍ତ ଡ଼ାକ୍ତରଖାନାରେ ବିନା ମୂଲ୍ୟରେ ଚିକିତ୍ସା ସୁବିଧା ସହ ବେଡ଼୍ ଓ କ୍ୟାବିନ୍ ସୁବିଧା, ରାଜ୍ୟ ଓ ଜିଲ୍ଲାସ୍ତରରେ ସର୍ବଭାରତୀୟ ରାଜ୍ୟ ପେନ୍‌ସନର ଫେଡ଼େରସନର ସ୍ୱୀକୃତି ଅନ୍ୟତମ । ଦାବୀ ପତ୍ର ପ୍ରଦାନ ସହ ଦିବା ୧୨ ଘଟିକାରୁ ଅପରାହ୍ଣ ୩ ଘଟିକା ପର୍ଯ୍ୟନ୍ତ କୋଭିଡ଼୍ ନିୟମାନୁଯାୟୀ ସ୍ୱଳ୍ପ ସଂଖ୍ୟକ କର୍ମକର୍ତ୍ତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । କାର୍ଯ୍ୟକ୍ରମରେ ବାଦଲ କିଶୋର ମହାପାତ୍ର, ଲକ୍ଷ୍ମର କୁମାର ମହାନ୍ତି, ଚନ୍ଦ୍ରମୋହନ ମହାନ୍ତି, ଅରବିନ୍ଦ ବସନ୍ତରାୟ, ସନ୍ତୋଷ କୁମାର ମହାପାତ୍ର, ବିଜୟ କୁମାର ନାୟକ, ହରେକୃଷ୍ଣ ତ୍ରିପାଠୀ, ବୀର ନାରାୟଣ ଦାସ ବିଶେଷ କରି ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର କାର୍ଯ୍ୟକାରୀ ସଭାପତି ପଦ୍ମନ କୁମାର ରାୟ ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।