Odiapua.com

ଅବସରପ୍ରାପ୍ତ ଶିକ୍ଷକ ପଦ୍ମନାଭ ଦାଶଙ୍କ ବିୟୋଗରେ ସ୍ମୃତିସଭା

କେନ୍ଦ୍ରାପଡା, ୫-୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ପଦ୍ମନାଭ ଦାଶଙ୍କ ଦ୍ୱାଦଶାହରେ ତାଙ୍କ ଗ୍ରାମ କୁଆଁରପାଳସ୍ଥିତ କଳ୍ପତରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୁରାତନଛାତ୍ର ଓ ତାଙ୍କ ସହଯୋଗୀ ଶିକ୍ଷକମାନଙ୍କ ପକ୍ଷରୁ ଏକ ସ୍ମୃତିସଭା ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ପୂର୍ବତନ କାଉନସିଲର ଧରଣୀଧର ସୁଆରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସ୍ମୃତିସଭାରେ ପୂର୍ବତନ ଶିକ୍ଷକ ସୂର୍ଗତ ଦାଶଙ୍କ ବହୁ ପୁରାତନଛାତ୍ର ଓ ସହଯୋଗୀ ଶିକ୍ଷକବନ୍ଧୁମାନେ ଯୋଗଦେଇ ତାଙ୍କର ସ୍ମୃତିଚାରଣ କରିବା ସହିତ ଆଦର୍ଶ ଶିକ୍ଷକ ସୂର୍ଗତ ଦାଶଙ୍କ ଗୁଣାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରଥମେ ଶିକ୍ଷକ ସୂର୍ଗତ ଦାଶଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ସ୍ମୃତିସଭାରେ କୈଳାସ ଚନ୍ଦ୍ର ଦାଶ, ରମେଶ ଚନ୍ଦ୍ର ମହାନ୍ତି, ଲକ୍ଷ୍ମୀଧର ଲେଙ୍କା, ପ୍ରଶାନ୍ତ ହଡଙ୍ଗୀ, ଭାଗୀରଥୀ ନାୟକ, ବାସୁଦେବ ଦାସ, ଦେବାଶିଷ ମହାପାତ୍ର, ରାଜକିଶୋର ଦାଶ ପ୍ରମୁଖ ଛାତ୍ର ଓ ସହଯୋଗୀ ଶିକ୍ଷକଙ୍କ ସମେତ ପୁତ୍ର ଅଭୟ କୁମାର ଦାଶ, ପାର୍ଥସାରଥୀ ଦାଶ, ଝିଅ ଆଶାଲତା ସୁଆର ଓ ପୁଷ୍ପଲତା କର ଏବଂ ଜ୍ୱାଇଁ ଅଜିତ କୁମାର ସୁଆର ପ୍ରମୁଖ ଉପସ୍ଥିତ ରହି ସୂର୍ଗତ ଦାଶଙ୍କ ସ୍ମୃତିଚାରଣ କରିଥିଲେ।