Odiapua.com

ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀଙ୍କ ବିୟୋଗରେ ଶୋକ

ବାଲେଶ୍ୱର, ୧ା୧ (ଓଡ଼ିଆ ପୁଅ/ଅଭୟ ଦାସ) – ବାଲେଶ୍ୱର ସହର ଶ୍ରୀକଣ୍ଠପୁରରେ ରହୁଥିବା ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଶରତ ଚନ୍ଦ୍ର ଜେନା (୬୩)ଙ୍କର ବୁଧବାର ଦିନ ପରଲୋକ ହୋଇଯାଇଛି। କରୋନାରେ ପୀଡ଼ିତ ହୋଇ ଏମ୍ସ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଅପରାହ୍ନ ପ୍ରାୟ ୨ଟା ବେଳେ ସେ ଇହଧାମ ପରିତ୍ୟାଗ କରିଥିଲେ। ଜଣେ ଦରଦୀ, ମିଷ୍ଟଭାଷୀ ତଥା ପରୋପକାରୀ ବ୍ୟକ୍ତିତ୍ୱ ଭାବେ ତାଙ୍କର ମୃତ୍ୟୁରେ ଶ୍ରୀକଣ୍ଠପୁର ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି। ଏନେଇ ଶେରଗଡ଼ସ୍ଥିତ ଶ୍ରୀ ଅରବିନ୍ଦ ଆଶ୍ରମରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ତାଙ୍କର ଅମର ଆତ୍ମାର ସଦ୍‌ଗତି ପାଇଁ ପ୍ରାର୍ଥନା କରାଯାଇଥିଲା।