Odiapua.com

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସ୍ୱାଇଁଙ୍କର ଶ୍ରଦ୍ଧାଞ୍ଜଳି ସଭା

ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ବ୍ଲକ ଅଧୀନସ୍ଥ କୁବେରା ପଞ୍ଚାୟତ କଷଟି ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ୱର୍ଗତ ବସନ୍ତ କୁମାର ସ୍ୱାଇଁଙ୍କ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା କଷଟି ସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଧୀରେନ କୁମାର ସ୍ୱାଇଁ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଶିକ୍ଷାବିତ ଭରତ ଚରଣ ସାମଲ, ସମାଜସେବୀ ଦେବେନ୍ଦ୍ର ପୁହାଣ, ପ୍ରାଣବଂଧୁ ରାଉତ, ସିମୁଳିଆ କଲେଜର ଅଧ୍ୟାପକ ନିରଞ୍ଜନ ସାମଲ, ଶିକ୍ଷକ ସମୀର ଜେନା,ପିତବାସ ଜେନା, ଶିକ୍ଷକ ଦୀନବନ୍ଧୁ ସ୍ୱାଇଁ, ଶୁଶିଲ୍ ନାୟକ, ଅଧ୍ୟକ୍ଷ କୈଳାଶ ଚନ୍ଦ୍ର ଜେନା, ସାଳନ୍ଦୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ହେମନ୍ତ କୁମାର ସ୍ୱାଇଁ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଗଣେଶ ପ୍ରସାଦ ରାଉତ, ଶିକ୍ଷକ ସୁଶାନ୍ତ କୁମାର ନାୟକ, ସମାଜସେବୀ ମହେଶ୍ୱର ବେହେରା, ଅବସରପ୍ରାପ୍ତ ଅଧ୍ୟାପକ ମନୋରଞ୍ଜନ ମହାପାତ୍ର ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ସ୍ୱାଇଁ ଜଣେ ଆଦର୍ଶ ଶିକ୍ଷକ, ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ ଭାବେ ସୁନାମ ଅର୍ଜନ କରିଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଜ୍ୟେଷ୍ଠ ପୁତ୍ର ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ, ଜ୍ୱାଇଁ ସନ୍ତୋଷ କୁମାର ନାୟକ,ପ୍ରଦୀପ ସ୍ୱାଇଁ, ଓମ୍ ପ୍ରକାଶ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।