Odiapua.com

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଗଛିତ ଧାନରେ ଆକସ୍ମିକ ଭାବେ ଲାଗିଲା ନିଆଁ, ୨ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଧାନ ପୋଡ଼ି ପାଉଁଶ

ହରିଚନ୍ଦନପୁର,ତା ୧୦ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ତେନ୍ତଳାପଶି ପଞ୍ଚାୟତ ୧ ନଂ ଓ୍ବାର୍ଡର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚର୍ତୃଭୁଜ ବେହେରାଙ୍କ ଧାନ ଖଳାରେ ନିଆଁ ଲାଗି ୨ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଧାନ ପୋଡ଼ି ପାଉଁଶ । ଖବର ଅନୁଯାୟୀ ଆଜି ପୂର୍ବାହ୍ନ ୧୧ଟା ସମୟରେ ଆକସ୍ମିକ ଭାବେ ଧାନ ଖଳାରେ ଗଛିତ ହୋଇଥିବା ଧାନରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିଯିବାର ଦେଖି ପରିବାର ଲୋକ ଓ ଗ୍ରାମବାସୀ ନିଆଁକୁ ଲିଭାଇବା ପାଇଁ ପ୍ରୟାସ ଜାରି ରଖିଥିଲେ । ଏଥିସହ ଘଟଣା ସମ୍ପର୍କରେ ଫୋନ୍ ଯୋଗେ ହରିଚନ୍ଦନପୁର ଅଗ୍ନିଶମ ବିଭାଗକୁ ଜଣାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରିଥିଲେ ‌। ହେଲେ ଗଛିତ ହୋଇ ରହିଥିବା ସମସ୍ତ ଧାନ ପୋଡ଼ି ପାଉଁଶ ହୋଇଯାଇଛି । ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ଦାବି ହୋଇଛି ।