Odiapua.com

ଅବସରପ୍ରାପ୍ତ ଚିକିତ୍ସକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଯାଜପୁର୨୫ା୬(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ମୁଖ୍ୟ ଚିକିତ୍ସାଳୟର ପୂର୍ବତନ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତରଙ୍କୁ କିଛି ଅସାଜିକ ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଡାକ୍ତର ବିପିନ ବିହାରୀ ପଣ୍ଡାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିବା ବେଳେ ଆକ୍ରମଣରେ ସେ କ୍ଷତାକ୍ତ ହୋଇଥିବା ମେଡିକାଲ ସୂତ୍ରରୁ ସୂଚନା ମିଳିଛି।

ଡାକ୍ତରଙ୍କ ସୂଚନା ଅନୁଯାଇ ଥାନାରେ ଅସାଜିକ ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଅଭିଯୋଗ କରିଥିବାରୁ ଅଭିଯୋଗ ହୋଇଥିବା ବ୍ୟକ୍ତି ମାନେ ମୋତେ ଆକ୍ରମଣ କରିଛନ୍ତି। ଏକ ନିଦ୍ଧିଷ୍ଟ କମ୍ପାନୀର ଔଷଧ ନଲେଖିବାରୁ ତାର ପ୍ରତିନିଧିମାନେ ଲୋକ ଲଗାଇ ଆକ୍ରମଣ କରିଥିବା ଥାନାରେ ଶ୍ରୀପଣ୍ଡା ଅଭିଯୋଗ କରିଛନ୍ତି।