Odiapua.com

ଅବସରପ୍ରାପ୍ତ ଗ୍ରାମୀଣ ଡାକ ସେବକଙ୍କ ସମ୍ମିଳନୀ

ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ କୋହ୍ଲ ଠାରେ ଭଦ୍ରକ ପୋଷ୍ଟାଲ ଜୋନରେ ଅବସରପ୍ରାପ୍ତ ଅସ୍ଥାୟୀ ଗ୍ରାମୀଣ ଡାକ ସେବକଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅବସରପ୍ରାପ୍ତ ବ୍ରାଂଚ ପୋଷ୍ଟ ମାଷ୍ଟର ଗୋଲକ ପ୍ରସାଦ ବୈୟାରୀ, ବୁଦ୍ଧିରାମ ଦାସ, ବଂଶୀଧର ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ସୁପ୍ରିମକୋର୍ଟ ଗ୍ରାମୀଣ ଡାକ ସେବକ ମାନଙ୍କୁ ପେନସନ ଦେବାକୁ ରାୟ ଶୁଣାଇଛନ୍ତି। କିନ୍ତୁଭାରତ ସରକାର ଏ ପର୍ଯ୍ୟନ୍ତ ଏହି ରାୟକୁ କାର୍ଯ୍ୟକାରୀ କରୁନାହାନ୍ତି ।ଯାହାକି ଦୁଃଖ ଓ ପରିତାପର ବିଷୟ। ତୁରନ୍ତ ଭାରତ ସରକାର ଗ୍ରାମୀଣ ଡାକ ସେବକ ମାନଙ୍କୁ ପେନସନ ଯୋଗାଇ ଦେବାକୁ ଦାବି କରିଛନ୍ତି। ଏହି ଅବସରରେ ଅବସରପ୍ରାପ୍ତ ବ୍ରାଂଚ ପୋଷ୍ଟ ମାଷ୍ଟର ଗୋଲକ ପ୍ରସାଦ ବୈୟାରୀ, ବୁଦ୍ଧିରାମ ଦାସ, ନାରାୟଣ ଚନ୍ଦ୍ର ପଣ୍ଡା, ସୁଦର୍ଶନ ପାଣି, ଦୟାନିଧି ବେହେରା, ମୁକ୍ତିକାନ୍ତ ମହାଳିକ ପ୍ରମୁଖଙ୍କ ସମେତ ଅନ୍ୟମାନଙ୍କୁ ନେଇ ଏକ ବ୍ଲକ ସ୍ତରୀୟ କମିଟି ଗଠନ କରାଯାଇଥିଲା। ଏହି କମିଟି ଅବସରପ୍ରାପ୍ତ ଗ୍ରାମୀଣ କର୍ମଚାରୀମାନଙ୍କ ଦାବି ଉପସ୍ଥାପନ ପାଇଁ ପରବର୍ତୀ ସମୟରେ ଅନ୍ୟ କାର୍ଯ୍ୟପନ୍ଥା ସ୍ଥିର କରିବ ବୋଲି ନିଷ୍ପତି କରାଯାଇଥିଲା।