Odiapua.com

ଅବନ୍ତିକା +୨ ବିଜ୍ଞାନ କଲେଜରେ ଶତ ପ୍ରତିଶତ ସଫଳତା

ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧୈର୍ଯ୍ୟ, ନିଷ୍ଠା ଓ ଅଧ୍ୟବସାୟ ବଳରେ ଯେକୌଣସି କାର୍ଯ୍ୟ ସାଧନ କରାଯାଇପାରେ ଏବଂ କାର୍ଯ୍ୟଦକ୍ଷତା ଓ ସମର୍ପଣ ଭାବ ତଥା ଉତ୍ସର୍ଗୀକୃତ ମନୋଭାବ ଯେକୌଣସି ଅନୁଷ୍ଠାନକୁ ମହତ୍ତର କରି ଗଢ଼ି ତୋଳେ, ଏହା ଚଳିତ ବର୍ଷ +୨ ପରୀକ୍ଷା ଫଳକୁ ଅନୁଧ୍ୟାନ କଲେ ସ୍ପଷ୍ଟ ଜଣାପଡ଼େ । ଏହାର ଏକ ଜ୍ୱଳନ୍ତ ଉଦାହରଣ ଭଦ୍ରକ ଜିଲ୍ଲାର ଚରମ୍ପାସ୍ଥିତ ଅବନ୍ତିକା ରେସିଡେନ୍‌ସିଆଲ୍ ହାଇୟର ସେକେଣ୍ଡାରୀ ସ୍କୁଲ୍ ବୋଲି ଅନୁଷ୍ଠାନରେ ଆୟୋଜିତ ସଫଳତା ଉତ୍ସବରେ ବକ୍ତାମାନେ ମତ ପ୍ରକାଶ କରିଛନ୍ତି । ଉକ୍ତ ଅନୁଷ୍ଠାନ ଶତ ପ୍ରତିଶତ ସଫଳତା ହାସଲ କରି ଭଦ୍ରକ ଜିଲ୍ଲା ତଥା ରାଜ୍ୟରେ ଏକ ଆଗଧାଡ଼ିର ଅନୁଷ୍ଠାନ ଭାବେ ଉଭା ହୋଇଛି ଏବଂ ଆଗକୁ ଆହୁରି ସଫଳତା ହାସଲ କରିବାକୁ ଚେଷ୍ଟା ଜାରି ରହିଛି ବୋଲି ଅନୁଷ୍ଠାନର ଚେୟାରମ୍ୟାନ୍ ଇଂ ଅମିତ୍ କୁମାର ମଲ୍ଲିକ ଏବଂ ପ୍ରତିଷ୍ଠାତ୍ରୀ ଇଂ ଅବନ୍ତୀ ମଲ୍ଲିକ୍ ମତ ପ୍ରକାଶ କରିଛନ୍ତି । ଉକ୍ତ ଉତ୍ସବରେ ଅବନ୍ତିକା କଲେଜର ଅଧ୍ୟକ୍ଷା ଶ୍ରୀମତୀ ଅରୁନ୍ଧତୀ ମହାନ୍ତି, ଆଇ.ଟି.ଆଇ. ଚରମ୍ପାର ଅଧ୍ୟକ୍ଷ ପ୍ରବୀଣ କୁମାର ପୃଷ୍ଟି, ବରିଷ୍ଠ ପ୍ରଶିକ୍ଷକ ଭକ୍ତିପ୍ରିୟ ମିଶ୍ର, ବରିଷ୍ଠ ଅଧ୍ୟାପକ ମିହିର କୁମାର ନାୟ୍ରକ ପ୍ରମୁଖ ଯୋଗ ଦେଇ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଇତ୍ୟ ଅବସରରେ ସର୍ବୋଚ୍ଚ ନମ୍ବର ରଖିଥିବା ଐଶ୍ୱର୍ଯ୍ୟା ରାଜଲକ୍ଷ୍ମୀ ଦାସଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର ସମସ୍ତ କର୍ମଚାରୀଙ୍କ ସହଯୋଗରେ ଉକ୍ତ ଉତ୍ସବଟି ସଫଳ ଭାବେ ରୂପାୟିତ ହୋଇଥିଲା ।