Odiapua.com

ଅବକାରୀ ବିଭାଗର ଚଢ଼ାଉରେ ଚୋରାମଦ ଜବତ ସହ ୪ ଗିରଫ

ତାଳଚେର,୨୫/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ଅବକାରୀ ଅଧିକ୍ଷକ କ୍ରୀଷ୍ଣା ନାୟକଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଉପ ନିରୀକ୍ଷକ ପ୍ରଭାସ କୁମାର ଚୈାଧୁରୀଙ୍କ ନେତୃତ୍ୱରେ ତାଳଚେର ଅଂଚଳର ଅଙ୍ଗାରୁଆ,ତାଳଚେର ବସଷ୍ଟାଣ୍ଡ,ତାଳଚେର ଟାଉନ ଏବଂ ସନ୍ଥପଡ଼ା ଅଂଚଳରେ ଆଜି ଅତର୍କିତ ଚଢ଼ାଉ କରାଯାଇ ୪ଜଣଙ୍କୁ ଗିରଫ କରାଯିବା ସହ ୧୬୨ଲିଟର ଦେଶୀ ରନ୍ଧାମଦ,୧୫.୫୮୫ଲିଟର ବିଦେଶୀ ମଦ ଓ ୧୩.୬୫୦ଲିଟର ବିଅର ଜବତ କରାଯାଇଛି । ଏ ସଂକ୍ରାନ୍ତରେ ଅଙ୍ଗାରୁଆର ପ୍ରଦୀପ ସିଂ ଓରଫ କାଳିଆ ଓ ବନିତା ଭୁୟାଁ,ତାଳଚେର ଟାଉନର ବାଦଲ ସାହୁ ଏବଂ ସନ୍ଥପଡ଼ାର ରାଜକିଶୋର ସାମଲଙ୍କୁ ଗିରଫ କରାଯାଇଛି । ଏହି ଚଢ଼ାଉରେ ଅବକାରୀ ଏଏସଆଇ ରମେଶ ଚନ୍ଦ୍ର ବେହେରା ଓ ବଲବୀର ଗଡ଼ନାୟକ,ଅବକାରୀ କନଷ୍ଟେବଲ ହରିହର ପରିଡ଼ା,କାଳନ୍ଦି ସାହୁ,ମାନସ ରଞ୍ଜନ ପ୍ରଧାନ,ଅମର କୁଜୁର,ରଶ୍ମିତା ଦେହୁରୀ ଓ ପ୍ରଶାନ୍ତି ସିଂ ପ୍ରମୁଖ ସାମିଲ ହୋଇଥିଲେ ।