Odiapua.com

ଅବକାରୀ ବିଭାଗର ଚଢଉ,୪୨୦ ଲିଟର ମଦ ଓ ୭୦୦କେଜି ମହୁଲ ପୋଚ ଜବତ,ଦୁଇ ଗିରଫ

ମାଲକାନଗିରି,୨୯ା୧୦(ଓଡିଆ ପୁଅ ) ମାଲକାନଗିରି,ବାଲିମେଳା,ମାଥିଲି ଅବକାରି ବିଭାଗ ପକ୍ଷରୁ କୁଡୁମୁଲୁଗୁମ୍ମା ପୁଲିସ ଫାଣ୍ଡି ଅଚଂଳରେ ଚଢଉ କରାଯାଇ ବେଆଇନ ଭାବେ ଦେଶି ମଦ ରାନ୍ଧୁଥିବା ବେଳେ ୪୨୦ଲିଟର ମଦ,୭୦୦ କେଜି ମହୁଲ ପୋଚ ଜବତ କରାଯାଇଛି । ଏହି କାରବାରରେ ସଂପୃକ୍ତଥିବା ଦୁଇଜଣ ମହିଳାଙ୍କୁ ଅବକାରି ବିଭାଗ ଗିରଫ କରିଛି । ଜିଲ୍ଲାଅବକାରୀ ବିଭାଗ ସୁପରିଟେଣ୍ଡେଟଂ ଅଶୋକକୁମାର ସେଠଙ୍କ ନିର୍ଦ୍ଦେଶ କ୍ରମେ ଅବକାରି ଥାନା ଅଧିକାରୀ ଏଚ.ଜଗାରାଓ ଙ୍କ ନେତୃତ୍ୱରେ ବାଲିମେଳା,ମାଥିଲି ଅବକାରୀ ବିଭାଗ କର୍ମାଚାରୀ କୁଡୁମୁଲୁଗୁମ୍ମା ପୋଲିସ ପକ୍ଷରୁ ଲାଠିଗୁଡା,ଓରଙ୍ଗି,ପୁଜାରିଗୁଡା, ପୁଷପାଲି,ପାରକାନମାଳା ଅଚଂଳରେ ଚଢଉ କରାଯାଇ ବେଆଇନ ଭାବେ ମଦ ରାନ୍ଧୁଥିବା ଅଭି ଯୋଗରେ କୁଡୁମୁଲୁଗୁମ୍ମା ଲାଠିଗୁଡା ଗ୍ରାମର ତୁଳାବତୀ ବୈରାଗୀ(୩୦),ତୁଳା ବୈରାଗୀ(୨୯) ଦୁଇଜଣ ମହିଳାଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ମଦରନ୍ଧା ସାମଗ୍ରୀ ସହ ଦେଶି ମଦ ଓ ମହୁଲ ପୋଚ ଜବତ କରିବାରେ ସଫଳ ହୋଇଛନ୍ତି । କରୋନା ସମୟରେ ବିଭିନ୍ନ ଅଚଂଳର କିଛି ଚୋରା ମଦବେପାରି ମଦ ରାନ୍ଧି ବାହରକୁ ଚାଲାଣ କରୁଥିବାର ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଡଉ କରାଯାଇଥିଲା ।