Odiapua.com

ଅବକାରୀ ବିଭାଗର ଓ ପୋଲିସ ର ମିଳିତ ଚଢ଼ାଉ ବିପୁଳ ପରିମାଣର ମହୁଲି ମଦ ଜବତ ୩ ଗିରଫ

ପାଟଣା ୭-୧୧ (ଓଡ଼ିଆ ପୁଅ/ସନ୍ତୋଷ ପତି) -କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ଓ ପୋଲିସ ପକ୍ଷରୁ ପାଟଣା ଥାନା ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ୬ ଟି ମାମଲା ରୁଜୁ କରି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଚଢ଼ାଉ କରି ମୋଟ ୨୧୦୦ କେଜି ମହୁଲ ପଚ ନଷ୍ଟ କରିବା ସହିତ ମଦରନ୍ଧା ପାଇଁ ବ୍ୟବହୃତ ସରଞ୍ଜାମ ସହିତ ୨୪୫ ଲିଟର ମହୁଲି ମଦ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଭାଲିଆ ଡିହା ଗ୍ରାମର ହରିହର ବେହେରା (୨୦) ଚୁନୁ ସାହିର ରାନୁ ମାଝୀ(୩୦) ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ ଏମାନଙ୍କ ଠାରୁ ୨୪୫ଲିଟର ମହୁଲି ମଦ ଜବତ ହୋଇଛି ଏହି ଚଢ଼ାଉ ରେ ଅବକାରୀ ବିଭାଗର ଘଟଗାଁ ଓ.ଆଇ.ସି ଜଗନାଥ ମିଶ୍ର ଇନିସ୍ପେକ୍ଟର ନିମାଇଁ ଚରଣ ସିଂ ପାଟଣା ଥାନା ଅଧିକାରୀ ସଂଧ୍ୟାରଣୀ ଜେନା ଏସ ଆଇ ବୈଲୋଚନ ସିଂ ପ୍ରମୁଖ ସାମିଲ ଥିଲେ। ପୂର୍ବରୁ ପାଟଣା ଥାନା ଅଞ୍ଚଳରେ ବ୍ୟାପକ ବେଦେଶୀ ମଦ କାରବାର ହେଉଥିବା ଅଭିଯୋଗ ହେଇ ଆସୁଥିଲେ ହେଁ ବିଦେଶୀ ମଦ ବିକ୍ରି କରୁଥିବା ଲୋକଙ୍କୁ ଛାଡି ଅବକାରୀ ଓ ପୋଲିସ କେବଳ ଦେଶି ମଦ ବିକ୍ରି କରୁଥିବା ଲୋକଙ୍କୁ ଗିରଫ କରି ନେଉଥିବାର ଅଭିଯୋଗ ହୋଇଛି।