Odiapua.com

ଅବକାରୀ ଚଢାଉ ୫ ବାଇକ, ୭୫୦ ଲିଟର ମଦ ସହ ଜଣେ ଗିରଫ

ବାହାନଗା,୧୩ା୧ଭାରତୀ ଦାସ/ ଓଡ଼ିଆ ପୁଅ) ବାଲେଶ୍ୱର ଜିଲ୍ଲା ଅବକାରୀ ବିଭାଗ ଅବ କାରୀ ଅଧିକ୍ଷକ ସେକ ଅସଫ ଅଲ୍ଲୀଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ନୀରୀକ୍ଷକ ପ୍ରବୀଣ କୁମାର ପ୍ରଧାନଙ୍କ ନେତୃତ୍ୱରେ ବୁଧବାର ଭୋର ନିମିକ ରାସ୍ତାରେ ପେଟ୍ରୋଲିଂ ହେଉଥିଲା । ଏହି ସମୟରେ ବାଇକରେ ମଦ ନେଇ ଯାଉଥିବା ସୂଚନା ପାଇ  ବିଭାଗ ତରଫରୁ ରରସାଳପୁର ଛକରେ ଜଗି ରହିଥିଲେ । ଏହା ଜାଣି ପାରି ବେପାରୀ ମାନେ ବାଇକ ସହ ମଦ ଛାଡ଼ି ବିଲ ରାସ୍ତାରେ ଦୌଡ଼ି ପଳାଇ ଯାଉଥିବା ସମୟରେ କର୍ମଚାରୀ ମାନେ ପିଛା କରି ଥିଲେ ଫଳରେ ଜଣେ ଧରାପଡ଼ିଥିଲା ।ସେ ଜଣକ ହେଲେ ଟାଉନଥାନା ଅଧିନ ବାଇଧର ଦଳେଇଙ୍କ ପୁଅ ମହେଶ୍ୱର(୩୩) । ଏହା ସହ ୫ଟି ବାଇକ ଓ ସେଥିରେ ଥିବା ୭୫୦ଲିଟର ମଦ ଜବଦ କରାଯାଇ ଥାନାରେ ୧୦୩/୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କେର୍ଟ ଚାଲାଣ କରିଥିବାର ଜଣାପପଡ଼ିଛି । ଏଥିରେ ବିଭାଗ ତରଫରୁ ସଦରଥାନା ଅବକାରୀ ଭାରାପ୍ରାପ୍ତ ଅଧିକାରୀ କୁଳମଣୀ ମହାରଣା, କନେଷ୍ଟବଳ ପ୍ରଭାସ କୁମାର ମହାନ୍ତି, ରାମଚନ୍ଦ୍ର ମହାନ୍ତି, ବିଦ୍ୟାଧର ବିନ୍ଧାଣୀ, ଧିରେନ୍ଦ୍ର ସିଂ, ମୀନତୀ ପରିଡ଼ା, ଜୋହାନ ମୁର୍ମୁ ପ୍ରମୁଖ ସାମିଲ ଥିଲେ ।