Odiapua.com

ଅବକାରୀ ଚଢାଉ ୫ଗିରଫ

ପୁରୀ, ୩୧/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ସହରର ବିଭିନ୍ନ ସ୍ଥାନରେ ଦେଶୀମଦ କାରବାର ବୃଦ୍ଧି ପାଉଛି। ଅବକାରୀ ବିଭାଗ ପକ୍ଷରୁ କେତେକ ସ୍ଥାନରେ ଚଢାଉ କରାଯାଇ ବେଆଇନ ମଦ ବିକ୍ରି କରୁଥିବା ବେଳେ ୫ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୨୫ଲିଟର ଦେଶୀମଦ ଅବକାରୀ କର୍ମଚାରୀମାନେ ଜବତ କରିଛନ୍ତି। ସୋମବାର ଅବକାରୀ କର୍ମଚାରୀମାନେ ଚଢଉ କରି ବାଲିନୋଳିଆ ସାହିର ଗୋରଖ ସୁନ୍ଦରମା (୬୫)ଙ୍କ ଠାରୁ ୫ଲିଟର, ଏରାମୁଲାମା (୫୦)ଙ୍କ ଠାରୁ ୬ଲିଟର, ନରେନ୍ଦ୍ରକୋଣ ଅ‚ଳର ପ୍ରଭାତୀ ନାୟକ (୪୦) ଙ୍କଠାରୁ ୫ଲିଟର ଓ ତିଳୋତମା ଭୋଇ(୪୦)ଙ୍କଠାରୁ ୩ଲିଟର ଦେଶୀମଦ ଜବତ କରିଛନ୍ତି। ସେମାନେ ଖୋଲାଖୋଲି ଭାବେଦେଶୀ ମଦ ବିକ୍ରି କରୁଥିବା ବେଳେ ଅବକାରୀ କର୍ମଚାରୀ ଅଚାନକ ଚଢାଉ କରିଥିଲେ। ଅଭିଯୁକ୍ତ ୫ଜଣଙ୍କୁ ଗିରଫ କରାଯିବା ପରେ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି।