Odiapua.com

ଅବକାରୀ ଚଢାଉ ,ଦେଶୀ ବିଦେଶୀ ସହିତ ସ୍କୁଟି ଜବଦ ୫ ଗିରଫ

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାସୁଦେବପୁର ରେ ଅବକାରୀ ବିଭାଗ ପକ୍ଷରୁ ପାର୍ବଣ ୠତୁ ପାଇଁ ଘନ ଘନ ଚଢ଼ାଉ କରାଯାଉଛି । ଏହି ଚଢ଼ାଉ ସମୟରେ ବାସୁଦେବପୁର ର ବାଲିମୁଣ୍ଡା , ରାଧାନାଥପୁର ଆଡିଆ , ପଢୁଆଁ ଓ ଲକ୍ଷ୍ମୀଦାସପୁର ରୁ ୧୩୦ ଲିଟର ଦେଶୀ ମଦ ସହିତ ୫୫ ଲିଟର ବିଅର ଓ ଗୋଟିଏ ସ୍କୁଟି ଗାଡିକୁ ଜବଦ କରିଛି ଅବକାରୀ ପୋଲିସ ,ଏଥିସହିତ ୫ ଜଣ କୁ ଗିରଫ କରିଛି ଅବକାରୀ ପୋଲିସ । ଏହି ଚିଢାଉରେ ଅବକାରୀ ନିରିକ୍ଷକ ଶୁଶ୍ରି ସଙ୍ଗିତା ମହାନ୍ତି , ଓଆଇସି ନଟବର ମଲ୍ଲିକ ଙ୍କ ସହିତ ଷ୍ଟାପଙ୍କ ସହଯୋଗ ରେ ଚଢାଉ କରାଯାଇଥିଲା।