Odiapua.com

ଅବକାରୀ ଚଢାଉରେ ବ୍ୟାପକ ମଦରନ୍ଧା ପୋଚ ନଷ୍ଟ ଓ ମଦ ଜବତ

ନୟାଗଡ଼ ୨୮/୦୩ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ବିଭିନ୍ନ ଗ୍ରାମ ମାନଙ୍କରେ ହାତରନ୍ଧା ଦେଶୀ ମଦ ଏକ କୁଟୀର ଶିଳ୍ପ ପାଲଟିଛି। ଯାହାକୁ ନେଇ ନୟାଗଡ ଜିଲ୍ଲା ଅବକାରୀ ଅଧିକ୍ଷକ ବାସନ୍ତି ପ୍ରଭା ଘୋର କ୍ଷୋଭ ପ୍ରକାଶ କରି ରଣପୁର ଅବକାରୀ ଥାନାକୁ ଚଢାଉ କରିବା ପାଇଁ ନିର୍ଦେଶ ଦେଇଥିଲେ। ରଣପୁର ଅବକାରୀ ଥାନା ଉପ ନିରୀକ୍ଷକ ସୁଶାନ୍ତ ମହାପାତ୍ର ଏ ନେଇ ଗତ ୨୭ ତାରିଖ ବିଳମ୍ବିତ ରାତ୍ରରେ ନରସିଂହପୁର ଜଙ୍ଗଲ ଓ କୋଟଗଡ ଜଙ୍ଗଲରେ ଚଢାଉ କରିଥିଲେ।

କୋଟଗଡ ଜଙ୍ଗଲରେ ୨୫୦ ଲିଟର ହାତରନ୍ଧା ଦେଶୀମଦକୁ ଜବତ କରିବା ସହ ୧୩ ହଜାର ୬୦୦ ଲିଟର ମଦରନ୍ଧା ଗୁଡପୋଚକୁ ନଷ୍ଟ କରିଥିବା ଜଣାପଡିଛି। ନରସିଂହପୁର ଚଢାଉ ରେ ୬୫ ଲିଟର ହାତରନ୍ଧା ଦେଶୀମଦ ଜବତ କରିବା ସହ ୨ ହଜାର ଲିଟର ମଦରନ୍ଧା ଗୁଡ ପୋଚକୁ ନଷ୍ଟ କରିଥିବା ଜଣାପଡିଛି। ଅନ୍ଧାରର ସୁଯୋଗ ନେଇ ମଦ ରାନ୍ଧୁଥିବା ଲୋକମାନେ ଫେରାର ହୋଇଯାଇଥିଲେ। ଏହି ଚଢାଉରେ ରଣପୁର ଅବକାରୀ ଥାନା ଉପନିରୀକ୍ଷକ ଶାନ୍ତ କୁମାର ମହାପାତ୍ର, ଅତିରିକ୍ତ ଉପ ନିରୀକ୍ଷକ ଶୁବାଷ ଚନ୍ଦ୍ର ସେଠୀ, କନେଷ୍ଟବଳ ପ୍ରଦ୍ୟୁଷ ଦେହୁରୀ, ପ୍ରକାଶ ଚନ୍ଦ୍ର ମଲ୍ଲିକ, ପ୍ରଶାନ୍ତ ପ୍ରଧାନ, ସନ୍ତୋଷ ପ୍ରଧାନ ଓ ମିତା ନାୟକ ଯୋଗ ଦେଇଥିଲେ।