Odiapua.com

ଅବକାରୀ ଚଢ଼ାଉ, ବ୍ରାଉନସୁଗାର ସହିତ ମୋଟର ସାଇକେଲ ଜବତ, ୨ ଗିରଫ

ଭଦ୍ରକ, ୨୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାୟଙ୍କ ନିର୍ଦ୍ଦେଶକ୍ରମେ ଓ ଅବକାରୀ ଅଧିକ୍ଷକ ନରୋତମ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭାରପ୍ରାପ୍ତ ଅବକାରୀ ନିରୀକ୍ଷକ ଶ୍ରୀକାନ୍ତ ମୁର୍ମୁଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଦ୍ରକ ସହରାଂଚଳ ଥାନା ଅନ୍ତର୍ଗତ ବନ୍ତ ଛକ ୧୬ନଂ ଜାତୀୟ ରାଜପଥ ଓଭରବ୍ରିଜ୍ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଗୋଟିଏ ମୋଟର ସାଇକେଲ (ଓଡି-୦୪-ସି-୨୭୭୬) ରୁ ୩୮ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ଯାଜପୁର ଜିଲ୍ଲାର ପାଣିକୋଇଲି ଥାନା ଅନ୍ତର୍ଗତ ଶଙ୍ଖଚିଲ ଗ୍ରାମର ଅଭିଷେକ ମହଲା ଓ ଗୁରୁସାହିର ସାଗର ଗୁରୁଙ୍କୁ ଗିରଫ କରାଯାଇଛି। ଜବତ ବ୍ରାଉନସୁଗାର ଓ ମୋଟର ସାଇକେଲର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ଏ.ଏସ୍‌.ଆଇ କ୍ଷୀରୋଦ ପାତ୍ର, କନେଷ୍ଟବଳ ଅଜିତ କୁମାର ସିଙ୍କୁ, ସୁଦର୍ଶନ ପଲ୍ଲାଇ, ପରେଶ ଟୁଡୁ, ଜେମାମଣୀ ଜାମୁଦା ପ୍ରମୁଖ ସାମିଲ ଥିଲେ । ଏନେଇ ଭଦ୍ରକ ଅବକାରୀ ରେଞ୍ଜ ପକ୍ଷରୁ କେସ ନଂ: ୨୦/୨୦୨୫-୨୬ ମୂଳେ ମାମଲା ରୁଜ୍ଜୁ କରାଯାଇଛି।