Odiapua.com

ଅବକାରୀ ଚଢ଼ାଉ, ବିପୁଳ ପରିମାଣ ମଦ ଜବତ, ୩ ଗିରଫ

ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ତିହିଡ଼ି ଅବକାରୀ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ମଦ ଜବତ କରାଯିବା ସହିତ ୩ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇଛି। ଜିଲା ଅବକାରୀ ବିଭାଗ ସୁପରିନଟେଣ୍ଡେଣ୍ଟ ନରୋତମ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ତିହିଡ଼ି ଥାନା ଅଧୀନ ତଳଗୋପବିନ୍ଧା, ନୂଆନନ୍ଦ ଓ କନ୍ଦପୁର ଗ୍ରାମରେ ଚଢ଼ଉ କରାଯାଇ ଶ୍ୟାମସୁନ୍ଦର ପଣ୍ଡା, କ୍ଷୀର ମଳିକ ଓ ଭାଗିରଥି ବେହେରାଙ୍କୁ ଅବକାରି ପୁଲିସ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିଛି। ଏ ସମ୍ପର୍କରେ ଅବକାରୀ ଥାନା ପକ୍ଷରୁ ୯୨, ୯୩ ଓ ୯୪/୨୪ରେ ପୁଥକ ମମାଲା ରୁଜୁ କରାଯାଇଛି। ଏହି ଚଢ଼ାଉରେ ତିହିଡ଼ି ଅବକାରୀ ଥାନା ଅଧିକାରିଣୀ ସନ୍ଧ୍ୟାରାଣୀ ଦାସ, ଇନିସ୍ପେକ୍ଟର ଇନ୍‌ଚାର୍ଜ ଶ୍ରୀକାନ୍ତ ମୁର୍ମୁ, ଏଏସଆଇ କ୍ଷୀରୋଦ ପାତ୍ର, କନେଷ୍ଟବଳ ପରେଶ ଚନ୍ଦ୍ର ଟୁଡୁ, ଅଜିତ୍ କୁମାର ଶିର୍କା, ଶୁଭାମିନୀ ଦାସ, ରୁଦ୍ରନାରାୟଣ ଦାସ ପ୍ରମୁଖ ସାମିଲ ଥିଲେ।