Odiapua.com

ଅବକାରୀ ଓ ପୋଲିସର ମିଳିତ ଚଡାଉ , ଚାରି ହଜାର ମହୁଳ ପୋଚ ନଷ୍ଟ

କଳାହାଣ୍ଡି (ଓଡ଼ିଆ ପୁଅ/ତୁଳସିରାମ ଛତ୍ରୀଆ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ନାଳଚୁଆ ଗ୍ରାମ ପାଖରେ ଥିବା ଜଙ୍ଗଲ ମଧ୍ୟରୁ ବିପୁଳ ପରିମାଣର ମହୁଲ ପୋଚ ଜବତ କରିଛି ଅବକାରୀ ବିଭାଗ ଓ ପୋଲିସ ବିଭାଗ। କୌଣସି ସୂତ୍ରରୁ ଖବର ପାଇ କଳାହାଣ୍ଡି ଜିଲ୍ଲା ଅବକାରୀ ଅଧିକାରୀ ଧମ୍ବରୁଧର ଖଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରୀ ଉପ ଅଧିକ୍ଷକ ଉମାଶଙ୍କର ପ୍ରଧାନ, ଦିଲ୍ଲୀପ କୁମାର ରଥ ଏସ୍ ଆଇ ଜିଲ୍ଲା ମୋବାଇଲ ପାର୍ଟି, ଜୟପାଟଣା ଓ ଏସ ଆଇ ସୁବାସ ଚନ୍ଦ୍ର ବାରିକ ଓ ଜୟପାଟଣା ଥାନା ଅଧିକାରିଣୀ ରଶ୍ମିତା ପ୍ରଧାନଙ୍କ ମିଳିତ କ୍ରମେ ଆତର୍କିତ ଆକ୍ରମଣ କରିଥିବା ବେଳେ ମଦ ମାଫିଆ ମାନେ ଚମ୍ପଟ ମାରିଥିବାରୁ ପ୍ରାୟ ଚାରି ଶହ ମଙୁଲ ପୋଚ ସହ (୨୭୫) ଦୁଇଶହ ପଞ୍ଚସ୍ତରୀ ଲିଟର ହାତରନ୍ଧା ମଦ ଜବତ କରିବା ସହ ନଷ୍ଟ କରିଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।