Odiapua.com

ଅବକାରୀ ଓ ପୋଲିସଙ୍କ ମିଳିତ ଚଢାଉରେ ମଦ ପୋଚ ନଷ୍ଟ : ୩ ଜଣଙ୍କୁ ଗିରଫ କଲା ପୋଲିସ ଓ ୨ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ

ନବରଙ୍ଗପୁର ୨୬-୬ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳ ସାମନ୍ତଙ୍କ ନିର୍ଦ୍ଦେଶ କ୍ରମେ ଓ ନବରଙ୍ଗପୁର ଅବକାରୀ ନିରିକ୍ଷକ ସୁଧୀର କୁମାର ସାହୁ ଏବଂ କୋଷାଗୁମୁଡା ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବୁରୁଦାଙ୍କ ନେତୃତ୍ୱରେ ଅବକାରୀ ଓ ପୋଲିସଙ୍କ ମିଳିତ ଭାବେ ଗତକାଲି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବହୁ ମାତ୍ରାରେ ଦେଶୀମଦ ଓ ମହୁଲ ପୋଚ ଜବତ କରିଛନ୍ତି। ମିଳିଥିବା ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ଅନ୍ତର୍ଗତ ବାମୁଣି, ସାନ ଆମ୍ବଡା, କିଡ୍ରପାଲି ଗ୍ରାମ ଉପରେ ଚଢ଼ାଉ କରି ପ୍ରାୟ ୧୫୦ ଲିଟର ଦେଶୀ ମଦ ଓ ପ୍ରାୟ ୧୮୦୦ ଲିଟର ମହୁଲ ପୋଚକୁ ଜବତ କରି ବିଭାଗ ପକ୍ଷରୁ ସେଗୁଡାକୁ ନଷ୍ଟ କରାଯାଇଥିଲା। ଏଥିରେ ସମ୍ପୃକ୍ତ ବାମୁଣି ଗ୍ରାମର ବଳଦେବ ବିଶୋଇଙ୍କ ଠାରୁ ୨୩ ଲିଟର ଦେଶୀ ମଦ ଓ ସାନ ଆମ୍ବଡା ଗ୍ରାମର ଜଗବନ୍ଧୁ ବିଶୋଇଙ୍କ ଠାରୁ ୨୫ ଲିଟର ଦେଶୀ ମଦ ଓ କିଡ୍ରିପାଲି ଗ୍ରାମର ଗୋବର୍ଦ୍ଧନ ମୁରିୟାଙ୍କ ଠାରୁ ପ୍ରାୟ ୧୮ ଲିଟର ଦେଶୀ ମଦ ଜବତ କରି ୩ ଜଣ ଅଭିଯୁକ୍ତକୁ କୋଷାଗୁମୁଡ଼ା ଥାନା ରେ ୨୩/୬-(A)(C), ୮୦, ୮୧, ୮୨ କେସ ନମ୍ବରରେ ମାମଲା ରୁଜ୍ଜୁ କରି ଗିରଫ କରାଯାଇଛି। ଏପଟେ ଅବକାରୀ ବିଭାଗ ପକ୍ଷରୁ ଆଉ ଦୁଇ ସଂଧିଗ୍ଧଙ୍କୁ ଗିରଫ କରି ଅବକାରୀ ବିଭାଗ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଡାଉରେ କୋଡ଼ିଙ୍ଗା ଅବକାରୀ ବିଭାଗର ଏସ ଆଇ ହରପ୍ରସାଦ ରଣା, ଏ.ଏସ.ଆଇ- ଜଗବନ୍ଧୁ ଯାନୀ, ଏ, ଏସ, ଆଇ- ରାଜେନ୍ଦ୍ର ପଟ୍ଟନାୟକ, କନେଷ୍ଟବଳ ଦେବେନ୍ଦ୍ର ସମରଥ, ରୀନା ବଡ଼ନାୟକ, ରଞ୍ଜିତ ସିଂ ଙ୍କ ସହ କୋଷାଗୁମୁଡା ଥାନାର ଏସ, ଆଇ, -ସୁଧାଂଶୁ ବାରିକ, ଏସ, ଆଇ-ରାମଚନ୍ଦ୍ର ନାୟକ, ଏ, ଏସ, ଆଇ- ବି, କେ, ସ୍ବାଇଁ, ଆଇ, ଆର, ବି-କନେଷ୍ଟବଳ-ମଧୁସୂଦନ ଗୌଡ଼, ଅ, ଏ, ପି, ଏସ-ମୁକ୍ତା ମାଝୀ ପ୍ରମୁଖ ପୋଲିସ କର୍ମଚାରୀ ସାମିଲ ଥିଲେ। ଦିନକୁ ଦିନ ସ୍ଥାନୀୟ ଅଞ୍ଚଳରେ ଅସାମାଜିକ ଓ ମଦୁଆଙ୍କ ପ୍ରଭାବକୁ ଅଙ୍କୁଶ ଲଗାଇବାର ଆରମ୍ଭ କରିଛି, ଅବକାରୀ ଏବଂ ପୋଲିସର ମିଳିତ ଉଦ୍ୟମରେ ଦେଶୀ ମଦର ରାକେଟ ର ହୋଇଛି ପର୍ଦାଫାଶ।