Odiapua.com

ଅପାର ଜନ ସମାଗମ ମଧ୍ୟରେ ପଡ଼ିଆବାହାଲର ଧନୁଯାତ୍ରା ଉଦଯାପିତ

ସମ୍ବଲପୁର, ୧/୧୨ (ଓଡ଼ିଆ ପୁଅ) ସମ୍ବଲପୁର ଜିଲ୍ଲାର ପଡ଼ିଆବାହାଲ ଠାରେ ଚାଲିଥିବା ଧନୁଯାତ୍ରା ମହୋତ୍ସବ ଆଜି ଉଦଯାପିତ ହୋଇଛି। ଗତ ପାଂଚଦିନ ଧରି ପୂରାଣ ଆଧାରିତ ବିଭିନ୍ନ ପର୍ବ ଆୟୋଜନ ଉତାରୁ ଅନ୍ତିମ ଦିବସରେ ଧନୁ ମହାଯଜ୍ଞ ସହିତ ପୂର୍ଣାହୁତି କରାଯାଇଥିଲା। ଏହା ଦେଖିବା ପାଇଁ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥିଲା। ଆଜି କୃଷ୍ନ-ବଳରାମ ଅକୃରଙ୍କ ସହିତ ମଥୁରାନଗରୀ ପ୍ରବେଶ କରିବା ଦୃଶ୍ୟ ଅଭିନିତ ହୋଇଥିଲା। ଏହି ସମୟରେ ଗୋପପୁରରେ କୃଷ୍ନ ବଳରାମଙ୍କୁ ସେଠାର ଆବାଲବୃଦ୍ଦ ବନିତା ଏବଂ ମଥୁରାରେ ମଥୁରପୁରବାସୀ ସ୍ୱାଗତ ଜଣାଇଥିଲେ। ସଂଧ୍ୟାରେ କଂସ ନିଧନ ଦୃଶ୍ୟ ମଂଚସ୍ତ ହୋଇଥିଲା। ଗତକାଲି ଉତ୍ସବରେ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ହୃଷୀକେଶ ଭୋଇ ଅତିଥି ଭାବରେ ଯୋଗ ଦେଇ ଆୟୋଜନର ସଫଳତା ଏବଂ ଉଜ୍ୱଳ ତଥା ପ୍ରସିଦ୍ଦ ଭବିଷ୍ୟତ କାମନା କରିଥିଲେ। ଗୋପପୁର(ଗାଁ ଭିତର) ରେ ନାବକେଳି, କାଳୀୟ ଦଳନ, ଅଷ୍ଟମଲ୍ଲ ବଦ୍ଦ ଦୃଶ୍ୟ ଅଭିନିତ ହୋଇଥିଲା। ଏହା ସହିତ ଶ୍ରୀକୃଷ୍ନ ସୁଦାମା ପଡ଼ିଆବାହାଲ ଠାରୁ କଦଳିମୁଂଡ଼ା ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିଲେ। ମଥୁରାନଗରୀ(ନୂଆ ବଜାର) ରେ କଂସ ଦରବାରରେ ବିଭିନ୍ନ ଦୃଶ୍ୟ ମଂଚସ୍ତ ହୋଇଥିବା ବେଳେ ଗୋପପୁରରେ ଗୋପିଂଗନା ମାନଙ୍କ ଦଧି ବିକ୍ରୀ ଓ ଅନ୍ୟ ପର୍ବ ଚିତକର୍ଷକ ହୋଇଥିଲା। ଏହି ଧନୁଯାତ୍ରାରେ ଘନଶ୍ୟାମ ପ୍ରଧାନ ମହାଦେବ, ରାଜ କୁମାର ମିଶ୍ର କୃଷ୍ନ, ଆୟୁସ ନାରାୟଣ ବେହେରା ବଳରାମ, ବାସନ୍ତି କାଲୋ ଯଶୋଦା, ସନ୍ତୋଷ କାଲୋ ନନ୍ଦ, ଝସକେତନ ପ୍ରଧାନ କଂସ, ରାଜୀନ୍ଦ୍ର ବାଗ ମହାମନ୍ତ୍ରୀ, ଚାଣୁର ଭୂମିକାର କିର୍ତନ ପ୍ରଧାନ, ମୁଷ୍ଟିକ ଭୂମିକାରେ ଭିକାରୀ ବିଶି, ଅଲେଖ ବୁଡ଼େକ ଅକ୍ରୁର ଓ ନାରଦ, ରୁଦ୍ର ମେହେର ସେନାପତି, ଘନଶ୍ୟାମ ପ୍ରଧାନ ଅଷ୍ଟମଲ୍ଲ ଚରିତ୍ରରେ ଅଭିନୟ କରୁଛନ୍ତି। ଦିଲ୍ଲୀପ ସାହୁଙ୍କ ସଂଯୋଜନା ଏବଂ କମିଟୀର ସଭାପତି ପ୍ରମୋଦ ମଗର, ସମ୍ପାଦକ ବରୁଣ ସାହୁ, ଅନ୍ୟତମ ଉଦ୍ୟୋକ୍ତା ଦୁର୍ଗେଶ ସାହୁ, ପ୍ରବୀଣ ସୂପକାର, ବିପିନ ନାଏକ, ପ୍ରଦୀପ ପ୍ରଧାନ, ଦିଲ୍ଲୀପ ସାହୁ, ମହିଳା ସ୍ୱଂୟ ସହାୟକ ଗୋଷ୍ଟିର କର୍ମକର୍ତା ପ୍ରମୁଖ ମଂଚାସୀନ ଥିଲେ। ଡ଼ା. ରାଜାରାମ ଷଡ଼ଂଗି ଆୟୋଜନର ଲକ୍ଷ୍ୟ ଏବଂ ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ପଡ଼ିଆବାହଲ ଠାରେ ହେଉଥିବା ଏହି ଧନୁଯାତ୍ରା ଗତ ୨୭ ତାରିଖରେ ଉଦଘାଟିତ ହୋଇଥିଲା। ଉଦଯାପନୀ ସଂଧ୍ୟାର ଡ଼ା. ରାଜାରାମ ଷଡଂଗି ଏବଂ ଗୀତିକାର ଜିତେନ୍ଦ୍ର ପ୍ରଧାନ ଙ୍କୁ ସମ୍ମାନିତ କରାଯାଇଥିଲା। ସଭାରେ ଜିଲ୍ଲା ପରିଷଦ ସଭାପତି ରାଧେଶ୍ୟାମ ବାରିକ, ସରାକରୀ ଦଳର ଉପ ମୁଖ୍ୟସଚେତକ ଇଂ. ରୋହିତ ପୂଜାରୀ, ବଶିଷ୍ଟ ଭେସଜ ବିଶେଷଜ୍ଞ ଡ଼ା. ରାଜ କୁମାର ବଡ଼ପଂଡ଼ା, ଦେବେନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ବଭିନ୍ନ ଚରିତ୍ରରେ ଅଭିନୟ କରିଥିବା କଳାକାର ମାନଙ୍କୁ ସମ୍ବର୍ଦ୍ଦିତ କରିଥିଲେ। ଶେଷରେ କିର୍ତ୍ତୀ ବଗର୍ତି, କୃଷ୍ନ ଚନ୍ଦ୍ର ମେହେର, ଦିଲ୍ଲୀପ ମହାନନ୍ଦ ପ୍ରମୁଖକଂଠଶିଳ୍ପୀ ସଂଗୀତ ଏବଂ ମୌସୂମୀ, ମୋନାଲିଷା ନୃତ୍ୟ ପରିବେଷଣ କରିଥିଲେ।