Odiapua.com

ଅପହରଣ ପରେ ହୋଟେଲରେ ଗଣଦୁଷ୍କର୍ମ : ମିଳିଲାନି ପୋଲିସ ସହାୟତା, ଆତ୍ମହତ୍ୟା କଲା ନାବାଳିକା

ଆମ୍ବେଦକର ନଗର ୬-୧୦ (ଓଡ଼ିଆ ପୁଅ) ଉତ୍ତରପ୍ରଦେଶରର ଆମ୍ବେଦକର ନଗରର ଜଣେ ନାବାଳିକାକୁ ଏକ ଗାଁରୁ ଅପହରଣ କରି ଦୁଇ ଦିନ ଧରି ଲକ୍ଷ୍ନୌର ଏକ ହୋଟେଲରେ ରଖି ତା ସହ ଗଣଦୁଷ୍କର୍ମ କରାଯାଇଥିବା ଏକ ଅଭିଯୋଗ ଆସିଛି। ଗଣଦୁଷ୍କର୍ମ ପରେ ପୀଡ଼ିତା ପୋଲିସ ପାଖରେ ଗୁହାରୀ ଲଗାଇ ମଧ୍ୟ ସହାୟତା ତଥା ନ୍ୟାୟ ନମିଳିବାରୁ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ଏପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହି ଭିଡ଼ିଓ ଉତ୍ତରପ୍ରଦେଶର କଂଗ୍ରେସ ମଧ୍ୟ ସେୟାର କରିଛି। ଏହି ଭିଡ଼ିଓରେ ଏକ ଚାଳଘରର ପିଣ୍ଢାରେ କିଛି ମହିଲା କାନ୍ଦୁଥିବାର ଦେଖାଯାଉଛି। କୁହାଯାଉଛିଯେ, ଜଣେ ନାବାଳିକାର ଅଭିଯୋଗ ପୋଲିସ ଦ୍ୱାରା ଗ୍ରହଣ କରାନଯିବାରୁ ସେ ଆତ୍ମହତ୍ୟା କରିଛି। କୁହାଯାଉଛିଯେ, ପୋଲିସ ପୀଡ଼ିତା ଉପରେ ନ୍ୟାୟ ପାଇଁ ଅଭିଯୋଗ ନ କରିବାକୁ ଚାପ ପକାଇଥିଲା। ତେଣୁ ନାବାଳିକା ଜଣକ ବାଧ୍ୟ ହୋଇ ଆତ୍ମହତ୍ୟା କରିବାକୁ ପଦକ୍ଷେପ ନେଇଛି।

ଏହାକୁ ନେଇ ବିରୋଧି ଦଳ କଂଗ୍ରେସ ପ୍ରଶ୍ନ ଉଠାଇଛି, ଭାବନ୍ତୁ! ଏହା କି ପ୍ରକାର ରାମ ରାଜ୍ୟ, ଯେଉଁଠାରେ ‘ଦଶହରା’ ଦିନ ନ୍ୟାୟ ଖୋଜୁଥିବା ନାବାଳିକାକୁ ମାରିଦିଆଗଲା?