Odiapua.com

ଅପର୍ତ୍ତିବିନ୍ଧା ନିଉ କଲୋନୀରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭଦ୍ରକ, ୨୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅପର୍ତ୍ତିବିନ୍ଧା ନିଉ କଲୋନୀରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଅଛି। ଏହି ରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ ଉନ୍ନୟନ ପରିଷଦର ସଭାପତି ତଥା ବିଶିଷ୍ଟ ସାହିତ୍ୟିକ ହରମୋହନ କୁଅଁର ଜାତୀୟ ପତାକା ଉତ୍ତୋଳନ କରିବା ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ଏବଂ ଉପସ୍ଥିତ କଲୋନୀବାସୀଙ୍କ ଉଦ୍ଦେଶ୍ୟରେ ସଭାପତି ଉଦ୍‌ବୋଧନ ଦେଇଥିଲେ। ପିଲାମାନଙ୍କୁ ମିଷ୍ଟାନ ବଂଟନ କରାଯାଇଥିଲା। ଉକ୍ତ ଜାତୀୟ କାର୍ଯ୍ୟକ୍ରମରେ ଉପସଭାପତି ମନୋଜ କୁମାର ଗୋସ୍ୱାମୀ, ସମ୍ପାଦକ ପ୍ରଫୁଲ୍ଲ କୁମାର ମଲ୍ଲିକ, ସହ ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ, ଆବାହକ ତଥା କୋଷାଧ୍ୟକ୍ଷ ଗଦାଧର ପଣ୍ଡା, କମିଟି ସଦସ୍ୟ ଗୌର ପ୍ରସାଦ ନନ୍ଦୀ, ଶୈଳେନ୍ଦ୍ର ନାରାୟଣ ପାଢୀ, ଇଂ ଅମରେନ୍ଦ୍ର ପ୍ରଧାନ, ରବୀନ୍ଦ୍ର କୁମାର ନାୟକ, ପଞ୍ଚାନନ ଓଝା, କୃପାସିନ୍ଧୁ ଦ୍ୱିବେଦୀ, କୃଷି ବିଜ୍ଞାନବିତ୍ ଶ୍ରୀଧର ଦାସ, ମନୋରଞ୍ଜନ ନାୟକ, ପରମାନନ୍ଦ ସାହୁ, କାହ୍ନୁଚରଣ ବେହେରା, ବୁନୁ ନାୟକ, ଜ୍ୟୋତି ରଞ୍ଜନ ଦାସ, ସଞ୍ଜୟ କୁମାର ଦାସ, ସୁବ୍ରତ କୁମାର ସାହୁ, ବୁବୁ ରାଉତ, ତ୍ରୈଲୋକ୍ୟ ନାଥ ଦ୍ୱିବେଦୀ, ହେମଲତା ମଲ୍ଲିକ, ସୁଷମା ହୋତା, ଡା. ଶିବଚରଣ ଶତ୍‌ପଥୀ, ଭଗୀରଥ ଦାସ, ଅଜିତ୍ କୁମାର ପତି ଆଦି ବହୁ ସଂଖ୍ୟାରେ କଲୋନୀ ଅଧିବାସୀ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।