Odiapua.com

ଅପର୍ତିବିନ୍ଧା ଶ୍ରୀ ଶ୍ରୀ ସିଦ୍ଧ ମହାବୀରଙ୍କ ୪ର୍ଥ ବାର୍ଷିକ ଉତ୍ସବ

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରାଂଚଳ ୱାର୍ଡ଼ ନଂ ୧୩ ଅପର୍ତିବିନ୍ଧା ଗ୍ରାମରେ ଶ୍ରୀ ଶ୍ରୀ ସିଦ୍ଧ ମହାବୀରଙ୍କ ଚତୁର୍ଥ ବାର୍ଷିକ ଉତ୍ସବ ଭକ୍ତି, ଶ୍ରଦ୍ଧା ଓ ଆନନ୍ଦର ମାହୋଲରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ପବିତ୍ର ଅବସରରେ ପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା କରି ସମସ୍ତଙ୍କ ସୁଖ, ଶାନ୍ତି ଓ ମଙ୍ଗଳ ପାଇଁ ପ୍ରାର୍ଥନା କରିବା ସହ ପ୍ରଭୁ ମହାବୀରଙ୍କ କୃପା ସଦା ସମସ୍ତଙ୍କ ଉପରେ ବର୍ଷିତ ହେଉ ବୋଲି କାମନା କରିଛନ୍ତି ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଭଣ୍ଡାରୀପୋଖରୀର ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ପୂର୍ବତନ ପୌରପାଳ ଇଂ ପ୍ରୟାସକାନ୍ତି ସାମଲ, ଯୁବନେତା ବିକାଶ ଶ୍ରେଷ୍ଠା। ଏହି ଉତ୍ସବରେ ବହୁ ବୁଦ୍ଧିଜୀବୀ, ବରିଷ୍ଠ-ଯୁବ ନେତୃମଣ୍ଡଳୀ ଉପସ୍ଥିତ ଥିଲେ। ଗ୍ରାମବାସୀ ଓ ଶ୍ରଦ୍ଧାଳୁମାନଙ୍କର ଭକ୍ତିମୟ ଉପସ୍ଥିତିରେ ଉତ୍ସବ ଅଧିକ ପବିତ୍ର ଓ ସ୍ମରଣୀୟ ହୋଇଥିଲା।