Odiapua.com

ଅପରେସନ ସିନ୍ଦୂରର ପ୍ରଥମ ବାର୍ଷିକୀ ପାଳିଲା ୭ ଓଡିଶା ବାଟାଲିୟନ ଏନସିସି

ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏନସିସି ଗ୍ରୁପ୍ ମୁଖ୍ୟାଳୟ କଟକର ଅଧୀନରେ ଭଦ୍ରକସ୍ଥିତ ୭ ଓଡିଶା ବାଟାଲିୟନ ଏନସିସି ପକ୍ଷରୁ “ଅପରେସନ ସିନ୍ଦୂର”ର ପ୍ରଥମ ବାର୍ଷିକୀ ଅବସରରେ ଆନନ୍ଦପୁର କଲେଜ ଓ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଦେଶପ୍ରେମମୟ ପରିବେଶ ମଧ୍ୟରେ ସ୍ମୃତିଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର କଲେଜ, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ, ଚରମ୍ପା କଲେଜ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଭଦ୍ରକ ଏବଂ ଏନସିସି ନୋଡାଲ ସ୍କୁଲର ୪୦୦ରୁ ଅଧିକ ଏନସିସି କ୍ୟାଡେଟ୍ ଯୋଗଦେଇଥିଲେ। ବାଟାଲିୟନର କମାଣ୍ଡିଙ୍ଗ ଅଫିସର ଲେଫ୍େଟନାଂଟ କର୍ଣ୍ଣେଲ ଏସ୍‌.ଏସ୍‌. ରଘୁବଂଶୀ ଜାତୀୟ ପତାକା ଉତୋଳନ କରିବା ସହ ଅପରେସନ ସିନ୍ଦୂରରେ ଶହୀଦ ହୋଇଥିବା ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ଭାରତୀୟ ସଶସ୍ତ୍ର ବାହିନୀର ସାହସ, ବଳିଦାନ ଓ ରଣନୀତିକ କୌଶଳକୁ ଉଦ୍‌?ଭାସିତ କରୁଥିବା ଏକ ଡକ୍ୟୁମେଂଟାରୀ ପ୍ରଦର୍ଶିତ କରାଯାଇଥିଲା। କ୍ୟାଡେଟମାନଙ୍କୁ ସମ୍ବୋଧିତ କରି ଲେଫ୍େଟନାଂଟ କର୍ଣ୍ଣେଲ ରଘୁବଂଶୀ କହିଥିଲେ ଯେ, “ଅପରେସନ ସିନ୍ଦୂର ଆମ ସଶସ୍ତ୍ର ବାହିନୀର ଅଦମ୍ୟ ସାହସ ଓ ଦେଶସେବାର ପ୍ରତୀକ। ଏନସିସି କ୍ୟାଡେଟମାନେ ‘ନେଶନ ଫର୍ଷ୍ଟ’ର ମନ୍ତ୍ରକୁ ପାଥେୟ କରି ଦେଶସେବା ପାଇଁ ସଦା ପ୍ରସ୍ତୁତ ରହିବା ଉଚିତ।” ୦୭ରୁ ୧୦ ମେ ୨୦୨୬ ପର୍ଯ୍ୟନ୍ତ ଚାରିଦିନିଆ ସ୍ମୃତିଚାରଣ କାର୍ଯ୍ୟକ୍ରମ ଅନ୍ତର୍ଗତ “ବୀରତ୍ୱ ଓ ବଳିଦାନ – ଅପରେସନ ସିନ୍ଦୂରରୁ ଶିକ୍ଷା” ବିଷୟବସ୍ତୁ ଉପରେ ବାଟାଲିୟନ ଅଧୀନସ୍ଥ ୭୮ଟି ଶିକ୍ଷାନୁଷ୍ଠାନରେ ବାଦବିବାଦ, ପ୍ରବନ୍ଧ ଲେଖନ, ପୋଷ୍ଟର ପ୍ରସ୍ତୁତି ଓ ସ୍ଲୋଗାନ ଲେଖନ ପ୍ରତିଯୋଗିତା ଆୟୋଜିତ ହେଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବପିଢୀଙ୍କ ମନରେ ଦେଶପ୍ରେମ, ଶୃଙ୍ଖଳାବୋଧ, ନେତୃତ୍ୱଗୁଣ ଓ ଜାତୀୟ ସୁରକ୍ଷା ସମ୍ପର୍କିତ ସଚେତନତା ବୃଦ୍ଧି କରାଯାଇଛି।