Odiapua.com

ଅପରେସନ ଭାଲୁ! ଦୀର୍ଘ ୭ ଘଂଟା ପରିଶ୍ରମ ପରେ ଗଛରେ ଫସିରହିଥିବା ଭାଲୁକୁ ଉଦ୍ଧାର କଲା ବନ ବିଭାଗ ବିଭାଗ

ମାଲକାନଗିରି, ୫/୧ (ଓଡ଼ିଆ ପୁଅ) ଆଜି ସକାଳ ୧୦ଟା ଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦୀର୍ଘ ୭ ଘଂଟା ଧରି ଅପରେଶନ ଭାଲୁ ଆରମ୍ଭ କରିଥିଲେ ବନବିଭାଗ। ୭ଘଂଟାର ପରିଶ୍ରମ ପରେ ଗଛ ଡାଳରେ ଲୁଚିରହିଥିବା ଭାଲୁଟିକୁ ଉଦ୍ଧାର କରିବାରେ ସଫଳତା ହାସଲ କରିଛି ମାଲକାନଗିରି ବନବିଭାଗ। ମାଲକାନଗିରି ବନାଞ୍ଚଳ ଅଧିନ ଗୋରାଖୁଣ୍ଟା ପଞ୍ଚାୟତ ନିକଟ ବର୍ତ୍ତି ଏମ ଭି ୨୦ ଗ୍ରାମରେ ମା ଓ ଛୁଆ ଜଙ୍ଗଲୀ ଭାଲୁ ୨ ଟି ଖାଦ୍ୟ ଅନ୍ୱେଷଣ ରେ ଗାଁ ଅଭିମୁଖେ ଗତକାଲି ରାତ୍ରରେ ପଶି ଆସିଥିଲା ଆଜି ସକଳେ ଗ୍ରାମବାସୀମାନେ ଏହାଦେଖି ପତିକରି ଘଉଡ଼ାଇବାରୁ ମା ଭାଲୁଟି ଜଙ୍ଗଲକୁ ଦୌଡ଼ି ପଳାଇଥିବା ବେଳେ ଛୁଆ ଭାଲୁଟି ସେ ଆଉ ଜଙ୍ଗଲ ଯାଇ ପାରିନଥିଲା। ସେ ଭୟଭୀତ ହୋଇ ଏକ ଗଛକୁ ଚଢ଼ିଯାଇ ଲୁଚିଯାଇଥିଲା, କେହି ବ୍ୟକ୍ତି ସେ ଭାଲୁଟିକୁ ତୀର ମାରିଦେଇ ଥିବାରୁ ଭାଲୁଟି ଭୟରେ ଗଛ ଡାଳ ସନ୍ଧିରେ ଅଟକି ରହିଥିବାର ଦେଖିବାକୁ ମିଳିଥିଲା। ଗ୍ରାମବାସି ଏହା ଦେଖିବା ପରେ ବନବିଭାବକୁ ଖବର ଦେଇ ଥିଲେ। ଵନ ଖଣ୍ଡ ଧିକାରୀ ପ୍ରତାପ କୋଟା ପାଲିଙ୍କ ନିର୍ଦ୍ଦେଶ କ୍ରମେ ସହକାରୀ ବନ ସଂରକ୍ଷକ ଲିଲି ଅମାନତୀୟ ଓ ବିନାଞ୍ଚଳ ଅଧିକାରୀ ଜଗନ୍ନାଥ ବିଷୋୟୀଙ୍କ ନେତୃତ୍ୱରେ ବନପାଳ ରାଜେଶ ସେଠି, ଦେବାଶିଷ ପ୍ରଧାନ, ଦିବାକର ଜେନା, ହୃଷିକେଶ ପାଣିଗ୍ରାହୀ, ଶିବାନନ୍ଦ ଲେଙ୍କା ପ୍ରମୁଖ ଵନରକ୍ଷୀମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। ଲୋକ ଗହଳି ଥିବାରୁ ଭାଲୁଟି ଭୟରେ ତଳକୁ ଓହ୍ଲାଇ ନଥିଥିବାରୁ ତାକୁ ଉଦ୍ଧାର କରିବା ପାଇଁ ବନବିଭାଗ ପକ୍ଷରୁ ଚାରିପାଖରେ ଜାଲ ବିଛାଇ ଭାଲୁ ଧରା ଯନ୍ତ୍ର ସଜାଗ କରି ରଖିଥିଲେ। ସେଠାରେ ଲୋକଙ୍କ ଅଧିକ ଗହଳି ହୋଇ ଥିବାରୁ ଡ଼ାକବାଜି ଯନ୍ତ୍ର ଯୋଗେ ସେ ସ୍ଥାନ ଛାଡି ଦୂରକୁ ପଳାଇବା ପାଇଁ ପରାମର୍ଶ ଦିଆ ଯାଇଥିଲା।ଦୀର୍ଘ ୭ ଘଂଟା ପରିଶ୍ରମ ପରେ ସନ୍ଧ୍ୟା ୬ଟା ରେ ଭାଲୁ ଟିକୁ ବହୁ କଷ୍ଟରେ ବନବିଭାଗ ଉଦ୍ଧାର କରିଛନ୍ତି। ସନ୍ଧ୍ୟା ପର୍ଯ୍ୟନ୍ତ ବନବିଭାଗ ଗଛମୂଳରେ ରହି ଭାଲୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରଖିଥିଲେ। ତା ଦେହରେ ତୀର ଟି ନବାଜି ଗଛ ଡାଳରେ ତୀର ଲଟକୀ ରହିଥିବାରୁ ଭାଲୁଟି ଆହତ ହୋଇନାହିଁ। ଅଧିକ ଜଣ ଗହଳି ଯୋଗୁ ଭାଲୁଟି ଭୟଭୀତ ହୋଇ ପଡି ଥିବାରୁ ତାକୁ ଚିକିତ୍ସା ନିମନ୍ତେ ପ୍ରାଣୀ ଚିକିତ୍ସାଳୟକୁ ନିଆଯାଇ ଚିକିତ୍ସା କରାଯାଉଛି। ସେ ସମ୍ପର୍ଣ୍ଣ ସୁସ୍ଥ ଅନୁଭବ କରିବା ପରେ ଭାଲୁଟିକୁ ଜଙ୍ଗଲରେ ଛାଡିଦିଆଯିବ ବୋଲି ରେଞ୍ଜର ଜଗନ୍ନାଥ ବିଶୋଇ କହିଛନ୍ତି।

ଜିଲ୍ଲାରେ ଅନେକ ସମୟରେ ଜିଲ୍ଲାର ବିଭିନ୍ନ ଗ୍ରାମରେ ଭାଲୁ ପଶିବା ଦେଖିବାକୁ ମିଳୁଛି। ଗତ କାଲି ମାଲକାନଗିରି ସଦାଶିବ ପୁର ପୋଖରୀରୁ ଏକ କୁମ୍ଭୀର କୁ ବନ ବିଭାଗ ଉଦ୍ଧାର କରିଥିଲେ।