Odiapua.com

ଅପରିଷ୍କାର ବର୍ଷା ପାଣିରେ ଗାଧୋଉଛନ୍ତି ସରକାରୀ ଛାତ୍ରାବାସର କୁନିକୁନି ଛାତ୍ର – ବିଦ୍ୟାଳୟରେ ପାଣିର ଘୋର ଅଭାବ

ନବରଙ୍ଗପୁର ୨୬-୬ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ବାଙ୍କୁଲି ପଞ୍ଚାୟତ ବାଙ୍କୁଲି ଗ୍ରାମରେ ରହିଥିବା ସରକାରୀ ବିଦ୍ୟାଳୟ ଠାରେ, ଗରିବ ଆଦିବାସୀ ନିରୀହ ଛାତ୍ର ଛାତ୍ରମାନଙ୍କ ପାଇଁ ଉତ୍ତମ ସୁବିଧା ସୁଜୋଗରେ ପାଠ ପଢ଼ାଇବା ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇ ଛାତ୍ରମାନଙ୍କ ଭବିଷ୍ୟତ ଉଜ୍ଜଳ କରିବା ନେଇ ବିଦ୍ୟାଳୟ ଗୁଡ଼ିକରେ ଅନେକ ପ୍ରକାର ସୁବିଧା ପ୍ରଦାନ କରୁଛନ୍ତି। ବିଦ୍ୟାଳୟରେ ପାଠ ପଢା ପାଇ ସ୍ମାର୍ଟ କ୍ଲାସ ରୁମ ତିଆରି କରାଯାଉଛି। ବିଦ୍ୟାଳୟ ଗୁଡ଼ିକରେ ସୁନ୍ଦର ବଗିଚା ତିଆରି କରାଯାଉଛି। ପିଲାଙ୍କ ପାଇ ଶୌଚାଳୟର ସୁବିଧା କରାଯାଉଛି। ପିଇବା ପାଇଁ ସ୍ୱଚ୍ଛ ପାଣି ଯୋଗାଇ ଦିଆ ଯାଉଛି ତଥାପି ବିଦ୍ୟାଳୟର ପରିସ୍ଥିତି ଯେମିତିକୁ ସେମିତି ଦେଖା ଦେଇଛି। ଏହି ବ୍ଲକ ଅନ୍ତର୍ଗତ ବାଙ୍କୁଲୀରେ ରହିଛି ସରକାରୀ ଛାତ୍ରାବାସ ବର୍ତ୍ତମାନ ଏହି ବିଦ୍ୟାଳୟକୁ 5 ଟି ପରିସର ଭୁକ୍ତ କରିବା ପାଇଁ ରାଜ୍ୟ ସରକାର ବିଦ୍ୟାଳୟ ରୁପାନ୍ତରିକରଣ କରିବା ପାଇ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରୁଥିବା ଦେଖିବାକୁ ମିଳୁଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ ଏଠାକାର ଛାତ୍ରମାନେ ଗାଧୋଇବା ପାଇ ପାଣି ଟିକେ ମିଳି ପାରୁନାହିଁ। ଯଦ୍ୱାରା ଛାତ୍ରାବାସରେ ରହି ପାଠ ପଡ଼ୁଥିବା ପିଲାଙ୍କୁ ଗାଧୋଇବା ପାଇ ଯିବାକୁ ପଡୁଛି ବିଦ୍ୟାଳୟକୁ ଲାଗି ରହିଥିବା ଜମି ନାଳକୁ। ବର୍ଷା ଦିନେ ନାଳ ରେ ଜମିଥିବା ଗନ୍ଧିଆ ପାଣିରେ ଗାଧୋଇ ପିଲାଙ୍କୁ କାଛୁ କୁଣ୍ଡିଆ ହେବା ସହିତ ଅନ୍ୟାନ୍ୟ ରୋଗରେ ଅବସ୍ଥା ଗୁରୁତର ହେବା ସମ୍ଭାବନା ରହିଛି। ଏହାକୁ ଦେଖି ଅଞ୍ଚଳ ବାସୀ ତୀବ୍ର ନିନ୍ଦା କରୁଥିବା ଦେଖିବାକୁ ମିଳୁଛି। ଏ ବିଷୟ ନେଇ ଆମେ ବିଦ୍ୟାଳୟର ଶିକ୍ଷକ ଙ୍କୁ ପଚାରିବାରୁ ବିଦ୍ୟାଳୟରେ ପାଣିର ଅଭାବ ହେତୁ ଛାତ୍ରମାନଙ୍କୁ ନାଳରେ ଗାଧୋଇବା ପାଇ ଯିବାକୁ ପଡୁଛି ବୋଲି ମତ ପ୍ରକାଶ କରିଛନ୍ତି। ହେଲେ ସରକାରଙ୍କ ଅନେକ ଯୋଜନା ଏଠି ଫେଲ ମାରୁଥିବା ଦେଖିବାକୁ ମିଳୁଛି। ଫାଇଭ ଟି ରେ ଅନ୍ତର୍ଭୁକ୍ତ ହେଉଥିବା ବିଦ୍ୟାଳୟ ରେ ପାଣି ର ଅସୁବିଧା ଶୁଣିଲେ ସମସ୍ତଙ୍କ ମନରେ ଗୋଟିଏ କଥା ଉଙ୍କି ମାରୁଛି ଯେ, ସରକାରଙ୍କ ବିଦ୍ୟାଳୟ ରୁପାନ୍ତରୀକରଣ ପାଇଁ ଆସୁଥିବା ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ ନ ହୋଇ ଯାଉଛି କୁଆଡେ? କଣ ବିଦ୍ୟାଳୟ ରୁପାନ୍ତରିକରଣ ନା ରେ ଚାଲିଛି କି ହରିଲୁଟ? ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏ ନେଇ ବିଭାଗୀୟ ଅଧିକାରୀ ତୁରନ୍ତ ଆବଶ୍ୟକ ପଦକ୍ଷେପ ନ ନେଲେ ବାଙ୍କୁଲି ବିଦ୍ୟାଳୟ ରେ ପାଣି ର ଅସୁବିଧା ର ସମାଧାନ ନ କଲେ ତୁରନ୍ତ କୁନି କୁନି ପିଲାମାନଙ୍କୁ ବିଦ୍ୟାଳୟ ଠାରୁ ଫେରାଇ ନେବାକୁ ଛାତ୍ରାବାସ ରେ ରହୁଥିବା ଛାତ୍ର ଛାତ୍ରୀ ଙ୍କ ଅଭିଭାବକ ଦାବି କରିଛନ୍ତି।