Odiapua.com

ଅପରାଧ ମୁକ୍ତ ହେବ ଆଧ୍ୟାତ୍ମିକ ରାଜଧାନୀ ଶ୍ରୀକ୍ଷେତ୍ର

ପୁରୀ, ୧୦/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):: ଅପରାଧ ମୁକ୍ତ ହେବ ଆଧ୍ୟତ୍ମିକ ରାଜଧାନୀ ଶ୍ରୀକ୍ଷେତ୍ର। ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁ ଅଞ୍ଚଳରେ ୨୪ ଘଣ୍ଟିଆ ପଇଁତରା ମାରିବ ପିସିଆର। କଣ୍ଟରୋଲ ରୁମକୁ ଡ଼ାଏଲ କରୁଥିବା ବ୍ୟକ୍ତଙ୍କ ପାଖରେ ତୁରନ୍ତ ପହଁଞ୍ଚି ସହାୟତା କରିବ ବୋଲି ପୁରୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ପିସିଆର ଭିତ୍ତିଭୂମିକୁ ସୁଦୃଢ଼ କରାଯାଇଥିବା ବେଳେ ଆଉ ୫ ଟି ନୂଆ ପିସିଆର ଭ୍ୟାନକୁ ପେଟ୍ରୋଲିଂ ରେ ସାମିଲ କରାଯାଇଛି। ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ପୁରୁଣା ପିସିଆର ଭ୍ୟାନକୁ ବଦଳା ଯାଇ ନୂଆ ଇନୋଭା ଗାଡ଼ିକୁ ସାମିଲ କରାଯିବ ବୋଲି ସିଟି ଡ଼ିଏସପି କ୍ଷୀର ସାଗର ନାୟକ ସୂଚନା ଦେଇଛନ୍ତି।