Odiapua.com

ଅପରାଧ ନକରି ୨୮ ବଷ ଜେଲ୍ ! ସରକାର ଦେବେ ୭୨ କୋଟି ଟଙ୍କା କ୍ଷତିପୂରଣ ରାଶି

ନୂଆ ଦିଲ୍ଲୀ ଜାନୁଆରୀ ୩, (ଓଡିଆ ପୁଅ) ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ଜେଲରେ ରଖିବା ସରକାରଙ୍କ ପାଇଁ ଭାରୀ ପଡ଼ିଲା। ଏଥିପାଇଁ ସରକାରଙ୍କୁ ୭୨ କୋଟି ଟଙ୍କା ଦେବାକୁ ପଡ଼ିଲା। ଏହିପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମନାକୁ ଆସିଛି। ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ୨୮ ବର୍ଷ ଜେଲରେ ରଖାଯାଇଥିଲା, କିନ୍ତୁ ପରେ ଜଣାପଡିଥିଲା ​​ଯେ ସେ ଏହି ଅପରାଧ କରିନାହାଁନ୍ତି। ବର୍ତ୍ତମାନ ସରକାର ପୀଡିତାଙ୍କୁ ପ୍ରାୟ ୭୨ କୋଟି ଟଙ୍କା ଦେବାକୁ ପଡିବ।

ଘଟଣା ୧୯୯୧ ମସିହାର। ଆମେରିକୀୟ ପୋଲିସ ଫିଲାଡେଲଫିଆରେ ହତ୍ୟା ଅଭିଯୋଗରେ ଚେଷ୍ଟର ହାଲମ୍ୟାନ ନାମକ ଜଣେ କୃଷ୍ଣକାୟବ୍ୟକ୍ତିଙ୍କୁ ଜେଲରେ ରଖିଥିଲେ। ଏହି ମାମଲାର ଅନୁସନ୍ଧାନ ୨୮ ବର୍ଷ ଅର୍ଥାତ୍ ୨୦୧୯ ପର୍ଯ୍ୟନ୍ତ ଚାଲିଥିଲା। ଯେତେବେଳେ ତଦନ୍ତ ଶେଷ ହେଲା, ଜାଣିବାକୁ ମିଳିଲା ଯେ, ଏହି ମାମଲାର ମୁଖ୍ୟ ସାକ୍ଷୀ ମିଛ କହିଥିଲେ। ଏହି କାରଣରୁ ଚେଷ୍ଟରଙ୍କୁ ଏହି ଅପରାଧ କରିନଥିଲେ ହେଁ ଦୀର୍ଘ ସମୟ ପର୍ଯ୍ୟନ୍ତ ବାର୍ ପଛରେ ରହିବାକୁ ପଡିଥିଲା।

ସରକାର ଏହି ଭୁଲକୁ ଗ୍ରହଣ କରିନଥିଲେ : ଜେଲରୁ ବାହାରିବା ପରେ ଚେଷ୍ଟର ଭୁଲ ଦଣ୍ଡ ପାଇଁ ରାଜ ସରକାରଙ୍କ ବିରୋଧରେ ମକଦ୍ଦମା ଦାୟର କରିଥିଲେ। ଏହା ପରେ ବୁଧବାର ଫିଲାଡେଲଫିଆ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କ୍ଷତିପୂରଣ ଘୋଷଣା କରିଛି। ଯେଉଁଥିରେ ତାଙ୍କୁ ୭୧.୬ କୋଟି ଟଙ୍କା ଦିଆଯାଇଛି। ତେବେ କୋଟି କୋଟି ଟଙ୍କା ଦେବା ପରେ ମଧ୍ୟ ରାଜ୍ୟ ସରକାର କୌଣସି ଦୋଷୀ କର୍ମଚାରୀଙ୍କ ବିରୁଦ୍ଧରେ କୌଣସି କାର୍ଯାନୁଷ୍ଠାନ ଗ୍ରହଣ କରିନାହାଁନ୍ତି। ଉଭୟ ପକ୍ଷରୁ ଚୁକ୍ତିନାମା ସହିତ ଏହି ମାମଲା ଶେଷ ହୋଇଛି।

ତେବେ ଚେଷ୍ଟର କହିଛନ୍ତି ଯେ ୨୮ ବର୍ଷ ପରେ ସ୍ୱାଧୀନତା ପାଇବା ଅଭିଜ୍ଞତା ଉଭୟ ତିକ୍ତ ଏବଂ ଆନନ୍ଦଦାୟକ ଅଟେ। ଚେଷ୍ଟର କହିଛନ୍ତି ଯେ, ସେ କେବଳ ଜଣେ ନୁହେଁ, ଅନେକ ଲୋକ ଦଶନ୍ଧି ଦଶନ୍ଧି ଧରି ଜେଲରେ ରହି ସତ୍ୟକୁ ଆଣିବା ପାଇଁ ସଂଗ୍ରାମ ଜାରି ରଖିଛନ୍ତି।