Odiapua.com

ଅପମିଶ୍ରିତ ଚାଟ୍ ଖାଇ ୧୫ଜଣ ଗୁରୁତର

ବଡ଼ବିଲ, ତା ୨୧ ମେ (ଓଡ଼ିଆ ପୁଅ/ସୀତାରାମ ଦିଖିତ)ଘଷିପୁରା ପୋଲିସ ଷ୍ଟେସନ ନିକଟରେ ଥିବା ଏକ ଚାଟ ଦୋକାନରୁ ଚାଟ ଖାଇ ୧୫ ଜଣ ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ନିକଟସ୍ଥ ଘଷିପୁରା ଗ୍ରାମର ୨ଜଣ ବାଳିକା ଥିବା ବେଳେ ଆନନ୍ଦପୁରର ୩ଜଣ ଯୁବକ ଏବଂ ଅନ୍ୟ ସମସ୍ତେ ପଞ୍ଚପୁଲି ଅଞ୍ଚଳର ବୋଲି ଜଣାପଡିଛି। ଅଭିଯୋଗ ଅନୁଯାୟୀ ଉକ୍ତ ଚାଟରେ କୌଣସି ବାସି ପଦାର୍ଥ ମିସାଯାଇଛି। ଯାହା ଫଳରେ ଚାଟ୍ ଖାଇଥିବା ଲୋକମାନେ ଅସୁସ୍ଥ ହୋଇପଡ଼ିଥିଲେ। ଡାକ୍ତରଙ୍କ କହିବା ଅନୁସାରେ ଅତ୍ୟଧିକ ଖରା ଏବଂ ଗରମ ଯୋଗୁଁ ହଜମ ଶକ୍ତି କମିଯାଏ, ଫଳରେ ଠିକ୍ ଭାବେ ହଜମ ହୋଇପାରେନାହିଁ। ଏଥିସହ ବାସି ପଦାର୍ଥ ମିଶା ଖାଦ୍ୟ ଖାଇଲେ ଶରୀରେ ଠିକ୍ ଭାବେ ହଜମ ହେଇନଥାଏ, ତେଣୁ ଏହିଭଳି ଘଟଣା ଘଟିଥାଏ। ସେହି ଖାଦ୍ୟକୁ ଠିକ୍ ଭାବରେ ପରୀକ୍ଷା କରାଗଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଜନସାଧାରଣରେ ଆଲୋଚନା ହେଉଛି।